News

ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

pks

ସମଝୌତା ଏକ୍ସପ୍ରେସ ଚଳାଚଳ ବନ୍ଦ କରିଛି ପାକିସ୍ତାନ

ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଘନୀଭୂତ ହୋଇଛି ଅଘୋଷିତ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ତିକ୍ତତା ବୃଦ୍ଧି ପାଇବା ସହ ଦୁଇଦେଶ ହାଇଆଲର୍ଟ ଭିତରେ ରହିଛନ୍ତି । ଏହି ଭିତରେ ବଡ ଖବର ଆସିଛି । ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି।

ଏହି ଟ୍ରେନ୍‌ ସପ୍ତାହରେ ଦୁଇ ଦିନ ଚାଲିଥାଏ । ପାକିସ୍ତାନର ଲାହୋରଠାରୁ ପ୍ରତି ସୋମବାର ଓ ଗୁରୁବାର ଦିନ ଯାତ୍ରା କରିଥାଏ। ପାକିସ୍ତାନ ରେଲୱେର ଏଜିଏମ୍‌ଙ୍କ କହିବା ଅନୁଯାୟୀ, ସୁରକ୍ଷା ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ରେଳସେବା ବାତିଲ କରାଯାଇଛି। ଆଜି ଏହି ଟ୍ରେନ୍‌ ସକାଳ ୮ଟା ସମୟରେ ୧୬ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଛାଡ଼ିବାର ଥିଲା।

ସୂଚନାଯୋଗ୍ୟ,ପୁଲୱାମା ଆକ୍ରମଣ ପରେ ଆଜି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାକିସ୍ତାନ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ଏଣେ ପାକିସ୍ତାନରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି।

ପଢନ୍ତୁ; ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ପାକିସ୍ତାନ ରଖିଲା ଏଭଳି ସର୍ତ୍ତ……….

Related posts

ସୋସିଆଲ ମିଡିଆରେ ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ENO Beuro

ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଗୁଳିକାଣ୍ଡ: ଆକସ୍ମିକ ଗୁଳିମାଡ଼ରୁ ବର୍ତ୍ତିଲେ ବାଂଲାଦେଶ୍‌ର କ୍ରିକେଟ୍‌ ଟିମ୍‌

Ratnamani Moharana

ଆୟକର ରିଟର୍ଣ୍ଣ ର ଆଜି ଶେଷ ଦିବସ – ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ

ENO Beuro

Leave a Comment