News

ବିଶ୍ଵର ୪ର୍ଥ ଜନବହୁଳ ଦେଶ ହେବ ପାକ୍

ପାକିସ୍ଥାନରେ ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ,ତାହାଯୋଗୁ ସିଏ ୨୦୩୦ ମସିହା ସୁଦ୍ଧା ବିଶ୍ଵର ଚତୁର୍ଥ ଜନବହୁଳ ଦେଶ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ୨୦୩୦ ସୁଦ୍ଧା ପାକିସ୍ତାନର ଜନସଂଖ୍ୟା ବିଶ୍ୱର ଚତୁର୍ଥ ବୃହତ ହେବ। ବିଶ୍ୱର ଜନସଂଖ୍ୟା ହିସାବରେ ପାକିସ୍ତାନର ସ୍ଥାନ ଏବେ ଷଷ୍ଠରେ ରହିଛି।

pak ବିଶ୍ଵ ବିଶ୍ଵର ୪ର୍ଥ ଜନବହୁଳ ଦେଶ ହେବ ପାକ୍ pak

ପାକିସ୍ତାନରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୂର୍ବରୁ ଯେପରି ପଦକ୍ଷେପ ନିଆଯାଉଥିଲା ଏବେ ସେପରି ପଦକ୍ଷେପ ନିଆଯାଉ ନ ଥିବା ଜଣାଯାଇଛି। କରାଚୀର ଡାଓ ୟୁନିଭର୍ସିଟି ଅଫ ହେଲଥ ସାଇନ୍ସର ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନର ଜନସଂଖ୍ୟା ଯଦି ବର୍ତ୍ତମାନ ସ୍ଥିତି ଭଳି ଜାରି ରହେ ତେବେ ଏହାର ସ୍ଥାନ ୪ର୍ଥରେ ପହଞ୍ଚିଯିବ। ପରିବାର ନିୟନ୍ତ୍ରଣ ଯୋଜନା ଉପରେ ସରକାର ଉପଯୁକ୍ତ ଧ୍ୟାନ ଦେଉନଥିବାରୁ ଏଭଳି ପରିସ୍ଥିତି ସୁଷ୍ଟି ହେବ।

ସୂଚନାଯୋଗ୍ୟ,ପାକିସ୍ତାନ ପରିସଂଖ୍ୟାନ ବିଭାଗର ତଥ୍ୟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ଦେଶର ଜନସଂଖ୍ୟା ୨୦୮ନିୟୁତ। ଦେଶର ଜନସଂଖ୍ୟା ବାର୍ଷିକ ୨.୪ ପ୍ରତିଶତ ହିସାବରେ ବୃଦ୍ଧି ପାଇ ଚାଲିଛି। ୧୯୯୮ ପରଠାରୁ ଦେଶର ଜନସଂଖ୍ୟା ୫୭% ବୃଦ୍ଧି ପାଇଛି।

ପଢନ୍ତୁ;କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶର ପ୍ରଭାରୀ

Related posts

ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ରଙ୍କ ନୋଟିସ: ରସଗୋଲାର ଜିଆଇ ମାନ୍ୟତା ପ୍ରତ୍ୟାହାର କରାଯିବନି କାହିଁକି?

Krishna Kumar Manoj

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱର ମହିଳାଙ୍କ ପାଇଁ ଆଜି ଦିନଟିଏ

Krishna Kumar Manoj

ଲାଲୁଙ୍କ ବୋହୂ ହେବେ ଐଶ୍ୱର୍ଯ୍ୟା! ଆସନ୍ତା ମାସରେ ବିବାହ କରିବେ ଲାଲୁଙ୍କ ପୁଅ ତେଜପ୍ରତାପ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More