News

ପାକିସ୍ତାନକୁ ୩୭୦ ଝଟକା: ରାଷ୍ଟ୍ରଦୂତ ଫେରାଇନେଇ ଭାରତୀୟ ହାଇକମିସନରଙ୍କୁ ବହିଷ୍କାର କଲା

Untitled 1

ଜମ୍ମୁ-କଶ୍ମୀର ସମ୍ପର୍କିତ ଧାରା ୩୭୦ର ଉଚ୍ଛେଦ  ଓ ରାଜ୍ୟକୁ ଦୁଇ ଭାଗ କରିବାର ପ୍ରଭାବ ଏବେ ଭାରତ ଓ ପାକିସ୍ତାନ ସମ୍ପର୍କ ଉପରେ ପଡ଼ିଛି। ଭାରତର ୩୭୦ ଘୋଷଣାରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ହଡ ବଡଇ ଯାଇଛି । ଭାରତ ସହ କୂଟ ନୈତିକ ଓ ବାଣିଜିକ୍ୟ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ।  ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରଙ୍କୁ ପାକିସ୍ତାନ ବହିଷ୍କାର କରିବା ସହିତ ନୂଆଦିଲ୍ଲୀରୁ ଏହାର ହାଇକମିସନରଙ୍କୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଏହାସହିତ ଭାରତ ସହିତ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ମଧ୍ୟ ସସପେଣ୍ଡ କରିଛି। କାଶ୍ମୀର ମାମଲାକୁ ପୁଣି ମିଳିତ ଜାତିସଂଘକୁ ନେବ ବୋଲି ପାକିସ୍ତାନ କହିଛି ।

ଭାରତ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ କରିବା ପାଇଁ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛନ୍ତି। ହେଲେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଏହା ବାଧିଛି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା କମିଟି ବୈଠକ ବସିଥିଲା। ଏହାପରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ପାକ୍‌ ବୈଦେଶିକ ମନ୍ତ୍ରୀ ମେହମ୍ମୁଦ କୁରେଶୀ  ସୂଚନା ଦେଇଥିଲେ।ବୈଠକର ନିଷ୍ପତ୍ତି ଅନୁଯାୟୀ, ଭାରତର ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫କୁ ପଡ଼ୋଶୀ ପାକିସ୍ତାନ କଳାଦିବସ ଭାବେ ପାଳନ କରିବ। ଅନ୍ୟପକ୍ଷରେ ପାକିସ୍ତାନର ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୪କୁ ବୀରତା ଦିବସ ଭାବେ ଇସ୍‌ଲାମାବାଦ ପାଳନ କରିବ।

 

ପଢନ୍ତୁ: ବି.କେ ଶର୍ମା ହେଲେ ଇନ୍‌ଚାର୍ଜ ପୁଲିସ୍ ଡିଜି

Related posts

ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ

ENO Beuro

ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର

ENO Beuro

ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Ratnamani Moharana

Leave a Comment