News

୩୬୦ ଭାରତୀୟ ମତ୍ସଜୀବୀ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

ଭାରତ ପାକିସ୍ତାନ ମଧ୍ୟରେ ଚାଲିଛି ତିକ୍ତତା । ପୁଲୱାମ ଆକ୍ରମଣର ଭାରତର ୪୪ ଯବାନଙ୍କ ସହିଦ ପରେ ଭାରତ ପାକିସ୍ତାନ ପ୍ରତି କଠୋର ମନୋଭାବ ଦେଖେଇ କରିଥିଲା ଏୟାର ଷ୍ଟ୍ରାଇକ । ଏହି ଆକ୍ରମଣ ପରେ ପାକିସ୍ତାନ ହୋଇଯାଇଥିଲା ସ୍ତବ୍ଧ। ତେବେ ବର୍ତମାନ ଭାରତ ପ୍ରତି ବନ୍ଧୁତ୍ଵପୂର୍ଣ  ଭାବ ଦେଖେଇବାକୁ ଯାଉଛି  ପାକିସ୍ତାନ। ପାକିସ୍ତାନ ଜେଲ୍ରେ ଥିବା ୩୬୦ କଏଦୀଙ୍କୁ ମୁକ୍ତ କରିବାକୁ ଘୋଷଣା କରିଛନ୍ତି ପାକିସ୍ତାନର ବିଦେଶ ମୁଖପାତ୍ର ଡ. ମହମ୍ମଦ ଫେଜଲ । ତେବେ ଏକା ସମୟରେ ମୁକ୍ତ ନକରି କଏଦୀମାନଙ୍କୁ ପର୍ଯ୍ୟାୟ କ୍ରମେ ମୁକ୍ତ କରିବ ପାକିସ୍ତାନ।

ଏବେ ଭାରତୀୟ ଜେଲ ଗୁଡ଼ିକରେ ୩୪୭ ଜଣ ପାକିସ୍ତାନୀ ନାଗରିକ ବନ୍ଦୀ ଅଛନ୍ତି । ଏଥିରେ ୯୮ ଜଣ ହେଉଛନ୍ତି ମତ୍ସଜୀବୀ । ସେ କହିଛନ୍ତି ଯେ, ଭାରତ ମଧ୍ୟ ସୌଜନ୍ୟମୂଳକ ପାକିସ୍ତାନୀ ନାଗରିକମାନଙ୍କୁ ମୁକ୍ତ କରିବ । ତେବେ ବର୍ତ୍ତମାନ ପାକିସ୍ତାନ ବିଭିନ୍ନ ଜେଲରେ ଏବେ ମୋଟ୍ ୫୩୭ ଜଣ    ଭାରତୀୟ କଏଦୀ ସଜା କାଟୁଛନ୍ତି । ଏଥିରୁ ୪୮୩ ଜଣ ହେଉଛନ୍ତି ମତ୍ସଜୀବୀ । ଆସନ୍ତା ଏପ୍ରିଲ ୯ତାରିଖରେ  ୧୦୦ ଜଣ ଭାରତୀୟ ମତ୍ସଜୀବୀ ମୁକ୍ତ ହେବେ । ଏହା ପରେ ଭାରତୀୟ ମତ୍ସଜୀବୀମାନେ ଏପ୍ରିଲ ୧୫, ଏପ୍ରିଲ ୨୨ରେ ୧୦୦ ଜଣ ମୁକ୍ତ ହେବେ । ୫ ଜଣ ମତ୍ସଜୀବୀଙ୍କ ସମେତ ୬୦ ଜଣ ଭାରତୀୟଙ୍କୁ ଏପ୍ରିଲ ୨୯ରେ ଛଡ଼ାଯିବ ।
ପଢନ୍ତୁ: ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ: ବୋର୍ଡ ସମ୍ପାଦକ ରମାଶିଷ ବେହେରା

Related posts

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

ENO Beuro

ଝାରପଡା ଜେଲରେ ଅଭାବନୀୟ ଘଟଣା:ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ENO Beuro

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

ENO Beuro

Leave a Comment