News

ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

Untitled 1

ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନକୁ କୋକୁଆ ଭୟ। ଭାରତ ପକ୍ଷରୁ ଉତ୍ତେଜନା ହ୍ରାସ ନହେବା ପର୍ଯ୍ୟନ୍ତ ନିଜର ବାୟୁସୀମାକୁ ଖୋଲିବ ନାହିଁ ବୋଲି ଇସ୍ଲାମାବାଦ  ସ୍ପଷ୍ଟ କରିଦେଇଛି ।  ଆକାଶ ମାର୍ଗ ଖୋଲିବା ପାଇଁ ପାକିସ୍ତାନ ସରକାର ଏକ ସର୍ତ୍ତ ରଖିଛନ୍ତି। ଭାରତ ପକ୍ଷରୁ ସୀମାନ୍ତରେ ଥିବା ବାୟୁସେନାର ଆଗୁଆ ଘାଟିରୁ ଯୁଦ୍ଧବିମାନଗୁଡ଼ିକୁ ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଏହି ଅନୁମତି ମିଳିବ ନାହିଁ ବୋଲି ପାକିସ୍ତାନ ବିମାନ ଚଳାଚଳ ବିଭାଗ ସଚିବ ତଥା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମହାନିର୍ଦେଶକ ଶାହା ରୁଖ୍‌ ନୁସ୍ରତ  କହିଛନ୍ତି। ନୁସରତ କହିଛନ୍ତି, ପାକିସ୍ତାନ ଆକାଶ ମାର୍ଗକୁ ଖୋଲିବା ପାଇଁ ଭାରତ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି। ତେବେ ଆମେ ତାଙ୍କୁ ପ୍ରଥମେ ସୀମାନ୍ତରୁ ଯୁଦ୍ଧ ବିମାନ  ପ୍ରତ୍ୟାହାର କରିବାକୁ କହିଛୁ। ଭାରତ ସରକାର ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି।”

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା  ବିମାନ ଆକ୍ରମଣ କରିଥିଲା । ଏହାପରଠାରୁ ପାକିସ୍ତାନ ସବୁପ୍ରକାରର ବେସରକାରୀ ବିମାନ ପାଇଁ ନିଜର ବାୟୁସୀମାକୁ ବନ୍ଦ କରିଦେଇଛି । ଆକାଶସୀମା ବନ୍ଦ ଫଳରେ ବେସାମରିକ ବିମାନ ପାକିସ୍ତାନ ଉପରଦେଇ ଉଡିପାରୁନାହିଁ । ଏଥିପାଇଁ ପାକିସ୍ତାନ କୋଟି କୋଟିି ଡଲାର ରାଜସ୍ୱ ହରାଉଛି ।ଏହା ସତ୍ତ୍ୱେ ପାକିସ୍ତାନ ବାୟୁସୀମାକୁ ଖୋଲିବାକୁ ସାହସ ଜୁଟାଇପାରୁନାହିଁ ।

ପଢନ୍ତୁ: ଦୁବାଇରେ ଫସିଲେ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ନିବେଦନ

Related posts

ଭାରତରେ ବି ବ୍ୟାନ୍‌ ହୋଇପାରନ୍ତି ପାକିସ୍ତାନ କଳାକାର

Ratnamani Moharana

ବାରାଣସୀରୁ ପାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକ

Ratnamani Moharana

1 comment

Leave a Comment