EnewsOdia.Com

ଚୀନରୁ ନିଜ ଦେଶର ନାଗରିକଙ୍କୁ ଆଣିବନି ପାକିସ୍ତାନ

ଚୀନରେ କରୋନା ଭାଇରସ ପାଇଁ ଏଯାବତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାରି ଭିତରେ ଉହାନରେ ଫଶିଥିବା ୬୪୭ ନାଗରିକଙ୍କୁ ଭାରତ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଆଣିଛି। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହା କହିଛନ୍ତି।  ପାକିସ୍ତାନ ସରକାର ପକ୍ଷରୁ କୁହାଯାଇଛି, ଚୀନରେ ପାକିସ୍ତାନର ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ମିଳିବ। ସେମାନଙ୍କୁ ନେଇ ଆସିଲେ ବିପଦ ଟଳିବନି।ପାକିସ୍ତାନ ସରକାରର ଏହି ନିଷ୍ପତ୍ତି ଏବେ ସୋଶାଲ ମିଡିଆରେ ଝଡ ସୃଷ୍ଟି କରିଛି।

ଚୀନ୍‌ରୁ ଫେରି ନ ପାରି କାନ୍ଦୁଛନ୍ତି ପାକିସ୍ତାନ ଛାତ୍ରଛାତ୍ରୀ

ଚୀନର ଉହାନରୁ ଭାରତୀୟଙ୍କୁ ଉଦ୍ଧାର କରାଯିବା ପରେ ସେଠାରେ ଥିବା ପାକିସ୍ତାନୀ ଛାତ୍ରଛାତ୍ରୀ କାନ୍ଦିବା ଆରମ୍ଭ କରିଛନ୍ତି। ତାଙ୍କୁ ତାଙ୍କ ସରକାର ଉଦ୍ଧାର ନ କରି ମରଣ ମୁହଁରେ ଛାଡ଼ିଦେଉଛି ବୋଲି ପାକିସ୍ତାନୀ ଛାତ୍ରଛାତ୍ରୀ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ ପରେ ଟ୍ୱିଟ୍ କରି ଉଦ୍ଧାର କରିବା ଲାଗି ପାକିସ୍ତାନୀ ଛାତ୍ରଛାତ୍ରୀ ଆକୁଳ ନିବେଦନ କରିଛନ୍ତି । ପାକିସ୍ତାନ ସରକାର କୌଣସି ପଦକ୍ଷେପ ନେବା ବଦଳରେ ଉଦ୍ଧାର ନ କରିବାକୁ ସ୍ପଷ୍ଟ ମନା କରିଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଏପରିକି ଭାରତ ସରକାର କିପରି ତାଙ୍କ ଲୋକଙ୍କୁ ଉଦ୍ଧାର କରୁଛନ୍ତି, ସେସବୁର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏପରିକି ବାଂଲାଦେଶ ମଧ୍ୟ ନିଜ ଲୋକଙ୍କୁ ଉଦ୍ଧାର କରୁଥିବାବେଳେ ଇମ୍ରାନ ଖାଁଙ୍କ ସରକାର କୌଣସି ପଦକ୍ଷେପ ନେଉନଥିବା କହିଛନ୍ତ।

ପଢନ୍ତୁ: ବଢିବ କି ବିଦ୍ୟୁତ ଦର!

ସମ୍ବନ୍ଧିତ ଖବର

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ଗୁଟ୍‌ଖା ନିଷେଧକୁ ୭ ବର୍ଷ: ଗଳାବାଟରେ ମାଲାମାଲ୍ ଗୁଟ୍‌ଖା କମ୍ପାନି

Ratnamani Maharana

କାହା ପାଇଁ ପ୍ରସ୍ତୁତ ହେଉଛି ଫାଶୀ ଦଉଡି !

Ratnamani Maharana

ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

Ratnamani Maharana

ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

Ratnamani Maharana