News

ପାକିସ୍ତାନର ସମସ୍ତ ଡାକ୍ତରଙ୍କୁ ବିଦା କଲା ସାଉଦି ଆରବ

Untitled 1

ଚାକିରି ହରାଇଲେ ଆରବ ଦେଶରେ ଥିବା ପାକିସ୍ତାନର ଶହ ଶହ ଡାକ୍ତର

ଦର ଦାମ ବୃଦ୍ଧି, ଧିମା ଅର୍ଥନୀତି, ବେକାରି ହାର ବୃଦ୍ଧି, ଆର୍ଥିକ ସଙ୍କଟ  ଭଳି ସମସ୍ୟାରେ ଘଣ୍ଟିଚକଟି ହେଉଥିବା ପାକିସ୍ତାନ  ପାଇଁ ପୁଣି ଏକ ନୂଆ ବିପଦ ମାଡିଆସିଛି।  ଆରବ  ଦେଶରେ ଥିବା ଶହଶହ ପାକିସ୍ତାନୀ ଡାକ୍ତରମାନଙ୍କୁ ସେଠାକାର ସରକାରମାନେ ଅଯୋଗ୍ୟ ଘୋଷଣା କରିବା ସହ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । କତାର, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବାହାରିନ ଭଳି ଅନ୍ୟ କେତେକେ ଆରବ ରାଷ୍ଟ୍ର ମଧ୍ୟ ସମାନ ନିର୍ଦେଶନାମା ଜାରି କରିଛନ୍ତି। ପାକିସ୍ତାନରେ ପ୍ରଚଳିତ ଶହେ ବର୍ଷର ପୁରୁଣା ଏମସ ଓ ଏମଡି ଡିଗ୍ରୀକୁ ଏହି ଆରବ ରାଷ୍ଟ୍ରଗୁଡିକ ଅଯୋଗ୍ୟ ଘୋଷଣା କରିଛନ୍ତି।

ପାକିସ୍ତାନୀ ଡାକ୍ତରଙ୍କ ଏମଡି ( ଡକ୍ଟର ଅଫ ମେଡିସିନ) ଓ ଏମଏସ (ମାଷ୍ଟର ଅଫ ସର୍ଜରୀ) ଡିଗ୍ରୀକୁ ପ୍ରଥମେ ସାଉଦି ଆରବ ମାନ୍ୟତା ଦେବାକୁ ମନାକରିବା ସହ ସେମାନଙ୍କୁ ଦେଶଛାଡି ଯିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଅନ୍ୟ ଆରବ ଦେଶ ୟୁଏଇ, ବାହାରିନ, କାତାର ଆଦି ଦେଶ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି । ଏହା ଫଳରେ ହଜାର ହଜାର ପାକିସ୍ତାନୀ ଡାକ୍ତର ରୋଜଗାର ହରେଇଛନ୍ତି । ଏହି ଡାକ୍ତରମାନେ ପାକିସ୍ତାନକୁ ବିପୁଳ ପରିମାଣରେ ବୈଦେଶିକ ମୁଦ୍ରା  ପଠାଉଥିଲେ । ଏବେ ଏହା କମିଯିବ । ଏହି ସଦ୍ୟ ଝଟକା ଅର୍ଥନିତୀକୁ ଆହୁରି ଅନ୍ଧାରକୁ ନେଇଯିବ।
ପଢନ୍ତୁ: ଦୁର୍ବଳ ହେଲା ଲଘୁଚାପ: ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଜାରି

Related posts

କାଳିଆ ଯୋଜନା ହେବ ଓଡିଶା ଅର୍ଥନୀତି ପାଇଁ ଏକ ମାଇଲଖୁଣ୍ଟ ସଦୃଶ:ମୁଖ୍ୟମନ୍ତ୍ରୀ

ENO Beuro

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

ENO Beuro

ଆଜିଠାରୁ ଓଜେଇଇ ସିବିଟି ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା

Ratnamani Moharana

Leave a Comment