POLITICALS

ଚନ୍ଦ୍ରଯାନ-୨ ଅସଫଳ ପରେ ଭାରତର ମଜା ଉଡେଇଲେ ପାକିସ୍ତାନ ମନ୍ତ୍ରୀ ଫବାଦ ଚୌଧୁରୀ

Aa Cover 32ctrr0f8rg1o94ed3i1phque4 20181116065853 1557201375 (1)

ଭାରତ ଉପରେ ରାଗ ସୁଝାଇବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନି  ପାକିସ୍ତାନ। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘଟଣା  କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ହତାଶ କରିଛି । ଏପରି ସମୟରେ ମଧ୍ୟ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର କରିବାକୁ ଭୁଲିନି। ପାକ୍‌ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫବାଦ ଚୌଧୁରୀ ଏକ ଟ୍ୱିଟ୍‌ କରି ଥିଲେ। ଟ୍ୱିଟ୍‌ରେ ଫବାଦ ଭାରତର ଏହି ମହାକାଶ ଯାତ୍ରାକୁ ବ୍ୟଙ୍ଗ କରିଥିବାବେଳେ ଏହାର ଜବାବ୍‌ କେବଳ ଭାରତୀୟ ନୁହଁନ୍ତି, ପାକିସ୍ତାନୀମାନେ ମଧ୍ୟ ଭଲ ଭାବେ ଶୁଣାଇ ଦେଇଛନ୍ତି।

ଫବାଦ ତାଙ୍କ ଟ୍ୱିଟ୍‌ରେ କହିଥିଲେ ଯେ, ‘ ଯେଉଁ କାମ ଆସେନି, ସେଥିରେ ହାତ ମାରନି…ଡିଅର ଇଣ୍ଡିଆ…’ ଆହୁରି ଫବାଦ ଜଣେ ଭାରତୀୟ ଟ୍ୱିଟ୍‌ର ଉତ୍ତର ଦେଇ ଲେଖିଥିଲେ, ଶୋଇଯା ଭାଇ, ଚନ୍ଦ୍ରମା ବଦଳରେ ମୁମ୍ବାଇରେ ଓହ୍ଲାଇ ପଡ଼ିଲା ଖେଳନା…’

ଫବାଦଙ୍କ ଏହି ଟ୍ୱିଟ୍‌ ପରେ ଯେମିତି ଟ୍ୱିଟରରେ କମେଣ୍ଟର ବନ୍ୟା ଆସି ଯାଇଥିଲା। ଜଣେ ୟୁଜର ଲେଖିଥିଲେ, ତୁମେ ପାକିସ୍ତାନୀମାନେ କେବଳ ଟମାଟର ଏବଂ ଛେଳିର ସ୍ୱପ୍ନ ଦେଖ। ଯାଅ, ଦୁନିଆର ପ୍ରତ୍ୟେକ ରାଜଧାନୀରେ ଭିକ ମାଗିବା କାମ କର।

ଅନ୍ୟ ଜଣେ ୟୁଜର ଲେଖିଥିଲେ, ସବୁଠାରୁ ମଜାଦାର କଥା ହେଲା, ଚନ୍ଦ୍ରଯାନ-୨ ଫବାଦ ଚୌଧୁରୀଙ୍କୁ ସାରାରାତି ଉଜାଗର ରହିବାକୁ ବାଧ୍ୟ କରି ଦେଇଥିଲା।

ପାକିସ୍ତାନୀମାନେ ମଧ୍ୟ ଫବାଦ ଚୌଧୁରୀଙ୍କର ଏପରି ଟ୍ୱିଟ୍‌କୁ ସମାଲୋଚନା କରିଥିଲେ।  ଜଣେ ପାକ୍‌ ୟୁଜର୍ସ ଲେଖିଛନ୍ତି ‘ ପାକିସ୍ତାନ ତରଫରୁ କ୍ଷମା ମାଗୁଛି। ଫବାଦଙ୍କ ଟ୍ୱିଟ୍‌ ଦୁର୍ଭାବନାରେ ଭରପୁର।’

ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି‘ ଫବାଦ ଚୌଧୁରୀ ଆମ ପାଇଁ ଲଜ୍ଜାର କାରଣ ନ ହୁଅ। ଚନ୍ଦ୍ର ଉପରେ ଅବତରଣ କରିବାର ପ୍ରୟାସ ଭାରତ ତ କଲା  । ଆମକୁ ଯେ କୌଣସି ଦେଶର ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରିବା ଉଚିତ୍‌ ଏବଂ ସେଥିରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌।’

ପଢନ୍ତୁ: ମହାପ୍ରଭୁଙ୍କୁ ଦର୍ଶନ କଲେ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ

Related posts

କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବେ ସୁମିତ୍ରା ଜେନା

Ratnamani Moharana

ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା

ENO Beuro

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

ENO Beuro

1 comment

ଗଗନାୟନ ପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ମନୋନୟନ ପ୍ରକ୍ରିୟା ଶେଷ September 7, 2019 at 2:46 pm

[…] ଚନ୍ଦ୍ରଯାନ-୨ ଅସଫଳ ପରେ ଭାରତର ମଜା ଉଡେଇଲେ … […]

Leave a Comment