News

ପାକିସ୍ତାନୀ ସୁପ୍ରିମକୋର୍ଟଙ୍କ ରାୟ: ଆଜୀବନ ବାସନ୍ଦ ହେଲେ ନୱାଜ ସରିଫ ,ଆଉ ରାଜନୀତି କରିପାରିବେ ନାହିଁ!

By ENO Beuro

April 13, 2018

ଆଜୀବନ ନିର୍ବାଚନ ଲଢି ପାରିବେ ନାହିଁ ନଓ୍ଵାଜ

ସୁପ୍ରିମକୋର୍ଟ ଆଜି ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ଆଜୀବନ ନିର୍ବାଚନ ଲଢିବାରୁ ବେଦଖଲ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ସମ୍ବିଧାନର ଧାରା ୬୨(୧)(ଏଫ) ଆଧାରରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ତେବେ ଉକ୍ତ ବ୍ୟକ୍ତି ଇଁ ଆଜୀବନ ପର୍ୟ୍ୟନ୍ତ କୌଣସି ପଦ ପାଇଁ ଅଯୋଗ୍ୟ ରହିବେ। ଏହି ରାୟର ଅର୍ଥ ଏହା ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ଏବେ ଆଜୀବନ କୌଣସି ସାର୍ବଜନୀନ ପଦରେ ଅଧିଷ୍ଠିତ ହୋଇ ପାରିବେ ନାହିଁ। ଏଥିସହିତ ସେ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ରହିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନୀ ସୁପ୍ରିମକୋର୍ଟ କହିଥିଲେ ଯେ ସମ୍ବିଧାାନର ଅନୁଚ୍ଛେଦ ୬୨ ଓ ୬୩ ଆଧାରରେ ଅଯୋଗ୍ୟ ଘୋଷିତ କୌଣସି ବ୍ୟକ୍ତି ରାଜନୈତିକ ପାର୍ଟିର ମୁଖିଆ ହୋଇ ପାରିବ ନାହିଁ। ଏହା ପରେ ନଓ୍ଵାଜ ସରିଫ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ଵାଜର ଅଧ୍ୟକ୍ଷ ମଧ୍ୟ ହୋଇ ପାରିନଥିଲେ।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ନାମାଙ୍କନ ପତ୍ରରେ ଭୁଲ ତଥ୍ୟ ଦେଇ ଭ୍ରମିତ କରିବା ସହିତ ସରିଫ ଭ୍ରଷ୍ଟାଚାର କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ପଦରୁ ନିଲମ୍ବତି ହୋଇସାରିଥିଲେ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ?