EnewsOdia.Com

ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

ଟାଣି ଆଣିଲା କାଳିଆର ଡୋରି। କଥାରେ କୁହନ୍ତି କଳିଆର ଡୋରୀ ଲାଗିଲେ ମଣିଷ ବିଶ୍ଵର ଯେ କୌଣସି ପ୍ରାନ୍ତରେ ଥିଲେ ବି ଟାଣି ହୋଇ ଆସେ ଶ୍ରୀକ୍ଷେତ୍ର। ତେବେ ଏଭଳି ଏକ ଘଟଣା ଘଟିଛି। କିଛିଲୋକ କାଳିଆର ଡୋରୀରେ ଟାଣି ହୋଇଆସିଛନ୍ତି ଶ୍ରୀକ୍ଷେତ୍ର। ସେ ପୁଣି ଅନ୍ୟ କୌଣସି ଦେଶର ନୁହେଁ ଭାରତ ସବୁଠୁ ଶତ୍ରୁ ଦେଶ ପାକିସ୍ତାନର ଭକ୍ତ। ଆଶ୍ଚର୍ଯ୍ୟ ଲାଗୁଛିନା, କିନ୍ତୁ ଏହା ସତ। ପାକିସ୍ତାନ କରାଚିର ସିନ୍ଧରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗତକାଲି ରାତିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସମସ୍ତ ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦେଶବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ସେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି ।

ସୂଚନାନୁଯାୟୀ, ପ୍ରତିବର୍ଷ ନୂଆବର୍ଷ ଅବସରରେ ଏହି ପର୍ଯ୍ୟଟକ ମାନେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ପାକିସ୍ତାନର ଏହି ପର୍ଯ୍ୟଟକମାନେ ସେମାନେ ପ୍ରଥମେ ମଥୁରା ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି ।ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍‌ ଖୁସି ଥିବା କହିଛନ୍ତି। ସେମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ।

ପଢନ୍ତୁ: ଉତ୍ତର ଭାରତ ଘନ କୁହୁଡ଼ି ଯୋଗୁଁ, ବିଳମ୍ବ ହେବ ଟ୍ରେନ୍‌

ସମ୍ବନ୍ଧିତ ଖବର

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

Ratnamani Maharana

ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ

Ratnamani Maharana

ଟ୍ୱିଙ୍କଲ୍‍ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

Ratnamani Maharana

ନବୀନ ନିବାସର ଜଳକର ବାବଦକୁ ୫୯୩ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ଓଡିଶା ଆସିନି କରୋନା!

Ratnamani Maharana