News SPORTS

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

sahid

ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦ ବୁଧୁବାର କହିଛନ୍ତି କି ପାକିସ୍ତାନର କାଶ୍ମୀର ଦରକାର ନାହିଁ। ପାକିସ୍ତାନ ନିଜ ପାଖରେ ଥିବା ୪ଟି ପ୍ରଦେଶକୁ ପ୍ରଥମେ ସମ୍ଭାଳୁ ତାହା ପରେ କାଶ୍ମୀର କଥା ଚିନ୍ତା କରିବ । ଆଫ୍ରିଦିଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

କାଶ୍ମୀର ମାମଲାରେ ଦେଇଥିବା ପ୍ରତିକ୍ରିୟାର ପୁଣି ସଫାଇ ଦେଇଛନ୍ତି ଆଫ୍ରିଦ। ଟ୍ୱିଟ୍ ଜରିଆରେ କହିଛନ୍ତି କି ତାଙ୍କ ପ୍ରତିକ୍ରିୟାକୁ ଭାରତୀୟ ଗଣମାଧ୍ୟମ ଭୁଲ ଭାବରେ ଉପସ୍ଥାପନା କରିଛି । ସେ ନିଜ ଦେଶକୁ ନେଇ ବହୁତ ଭାବୁକ ଅଛନ୍ତି ଏବଂ କାଶ୍ମୀରବାସୀଙ୍କ ସଙ୍ଘର୍ଷକୁ ବହୁତ ସମ୍ମାନ ଦେଉଛନ୍ତି । ମାନବିକତା ଦୃଷ୍ଟିରୁ ସେମାନଙ୍କୁ ସେମାନଙ୍କ ଅଧିକାର ମିଳିବା ଉଚିତ୍ ।

sahid

ପୁଣି ଏକ ଟ୍ୱିଟ କରି ଲେଖିଛନ୍ତି କି, ତାଙ୍କ କ୍ଲିପ୍ ଅଧୁରା ଥିଲା । ସେ ଯେଉଁ ମାମଲାରେ ଲେଖିଛନ୍ତି ତାହା ମଧ୍ୟ ଅଧା ଥିଲା । କାଶ୍ମୀର କ୍ରୂର ଭାରତ କବ୍ଚାରେ ରହିଛି । ସଂଯୁକ୍ତା ରାଷ୍ଟ୍ର ସଂକଳ୍ପ ଅନୁସାରେ ଏହାର ବୁଝାମଣା କରାଯିବା ଉଚିତ୍ । ତାଙ୍କ ସହ ସମସ୍ତ ପାକିସ୍ତାନୀ କାଶ୍ମୀରୀ ସ୍ୱତନ୍ତ୍ରତା ସଙ୍ଘର୍ଷର ସମର୍ଥନ କରନ୍ତି । କାଶ୍ମୀର ମଧ୍ୟ ପାକିସ୍ତାନ ସହ ସମ୍ବନ୍ଧିତ ରହିଛି।

ସୂଚନାଯୋଗ୍ୟ, ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ କଶ୍ମୀର ଚାହୁଁନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଭାରତକୁ ଏହା ଦିଆଯାଉ। ସବୁ ସମସ୍ୟାର ଅନ୍ତ ଘଟାଇବାକୁ ହେଲେ କଶ୍ମୀରକୁ ଏକ ଦେଶ ଭାବେ ପରିଗଣିତ କରାଯାଉ। ଏପରି ହେଲେ ସେଠାରେ ଆଉ କେହି ବି ପ୍ରାଣ ହରାଇବେ ନାହିଁ ଏବଂ ମାନବଜାତି ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସେ ମତ ଦେଇଛନ୍ତି।

ପଢନ୍ତୁ; ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

Related posts

ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ENO Beuro

ବିଶ୍ୱବ୍ୟାପୀ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଆକ୍‌ସେସ୍‌ରେ ଅସୁବିଧା

Ratnamani Moharana

ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ

ENO Beuro

Leave a Comment