• Home
  • News
  • ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର
News POLITICALS

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ପାକିସ୍ଥାନ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଠ ବହୁମତ ମିଳିନାହିଁ। ଇମ୍ରାନ ଖାନ ଙ୍କ ପିଟିଆଇ ଏକକ ସର୍ବବୃହତ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଏହାକୁ ଅନ୍ୟ ଦଳ କିମ୍ବା ସ୍ଵାଧୀନ ପ୍ରାଥିଙ୍କ ଉପରେ ନିର୍ଭର କରିବାକୁ ପଢିବ। ଏହି ନିର୍ବାଚନର ଫଳାଫଳ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି । କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ। ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ ଖାନ୍ଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ୍କୁ ୧୧୫ଟି ଆସନ ମିଳିଛି।

ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୩୭ ଥିବାରୁ ଅନ୍ୟ କ୍ଷୁଦ୍ର ଦଳଗୁଡିକର ସହଯୋଗରେ ମେଂଟ ସରକାର ଗଠନ ନିମନ୍ତେ ବଡ ଦଳ ଭାବେ ଇମ୍ରାନ ଖାନଙ୍କ ପିଟିଆଇ ଏବେ ସରକାର ଗଠନ ପାଇଁ ଅନ୍ୟ କ୍ଷୁଦ୍ର ଦଳ ଗୁଡିକ ସହ ଆଲୋଚନା ଆରମ୍ଭ କରିଛନ୍ତି। ଜେଲରେ ବନ୍ଦୀ ଥିବା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନୱାଜ ସରିଫଙ୍କ ଦଳ ପିଏମଏଲକୁ ୬୨ ଆସନ ମିଳିଛି । ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପିପିପି ମାତ୍ର ୪୩ ଆସନ ପାଇଛି।

ଗତକାଲି ଇମ୍ରାନ୍‌ ଖାନ୍‌ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିବାରୁ ଆଗକୁ ଭାରତ-ପାକିସ୍ତାନ ସଂପର୍କ ଆହୁରି ତିକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ପାକିସ୍ତାନର ରାଜନୈତିକ ସ୍ଥିତି ଉପରେ ଭାରତ ସତର୍କ ନଜର ରଖିଛି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି  ଇମ୍ରାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର pak 1

ପଢନ୍ତୁ; ମୁଖ୍ୟମନ୍ତ୍ରୀ:ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

Related posts

ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

Krishna Kumar Manoj

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

Krishna Kumar Manoj

ରେଳବାଇର ଆଇଆର୍‌ସିଟିସି ଯୋଜନା, ସବୁ ତଥ୍ୟ ମିଳିବ ମୋବାଇଲ୍‌ ଫୋନ୍‌ରୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More