ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

ସାମିଙ୍କୁ କୋଲକାତା ପୁଲିସର ଜେରା

ଭାରତୀୟ କ୍ରିକେଟ ଦଳର ପ୍ରେସ ତାରକା ମହମଦ ସାମି ଘୋରୋଇ ହିଂସା ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇ ପଡିଛନ୍ତି । ପତ୍ନୀ ହସିନ ଜାହନ ଯେ ସାମିଙ୍କ ନାମରେ କେବଳ ଘରୋଇ ହିଂସା ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି ତାହା ନୁହଁ ,ଫିକସିଙ୍ଗ ମାମଲା ଯୋଡିଛନ୍ତି ।

ଘଟଣା ଏବେ ଭିନ୍ନ ମୋଡ ନେଇଛି । ପୂର୍ବରୁ ସାମୀଙ୍କ ପତ୍ନୀ ଫିକସିଙ୍ଗ ଅଭିଯୋଗ ଆଣିବା ସହ କିଛି ପ୍ରମାଣ ବି ଦେଇଥିଲେ । ଯେଉଁଥିରେ ସେ ଦର୍ଶାଇ ଥିଲେ ,ସାମି ଦୁବାଇରେ ଜଣେ ପାକିସ୍ତାନୀ ଝିଅକୁ ସାକ୍ଷାତ କରିଥିଲେ । ଯାହାଙ୍କ ନାମ ଆଲିଶ୍‌ବା । ଉଭୟ ଗୋଟେ ହୋଟେଲରେ ରହିଥିଲେ ଏବଂ ସେ ସାମିଙ୍କୁ ମ୍ୟାଚ ଫିକସିଙ୍ଗ ପାଇଁ ଟଙ୍କା ଦେଇଥିଲେ ।

ପାକିସ୍ତାନର ମହିଳା ଆଲିଶ୍‌ବା ଶେଷରେ ତାଙ୍କ ମୁହଁ ଖୋଲିଛନ୍ତି । ଫଳରେ ମହମ୍ମଦ ଶାମିଙ୍କୁ ନେଇ ଦେଖାଦେଇଥିବା ବିବାଦ ସୋମବାର ଭିନ୍ନ ଏକ ମୋଡ ନେଇଛି । ଦୁବାଇରେ ଶାମିଙ୍କୁ ସେ ଭେଟିଥିବା ବିଷୟ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ସାକ୍ଷାତ୍‌ ବେଳେ ଆର୍ଥିକ କାରବାର ହୋଇଥିବା ନେଇ ଶାମିଙ୍କ ପତ୍ନୀ ହସିନ୍‌ ଜାହାନ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ଆଲିଶ୍‌ବା କହିଛନ୍ତି, ମୋ ଭଉଣୀ ଦୁବାଇରେ ଅବସ୍ଥାନ କରୁଥିବାରୁ ମୁଁ ବାରମ୍ବାର ଦୁବାଇ ଯାଇଥାଏ। ଶାମି ଜଣେ କ୍ରିକେଟ ସେଲିବ୍ରିଟି । ମୁଁ ତାଙ୍କର ଜଣେ ଅନ୍ୟତମ ପ୍ରଶଂସକ । ଅନ୍ୟ ପ୍ରଶଂସକଙ୍କ ଭଳି ତାଙ୍କୁ ଭେଟିବା ଲାଗି ମୋର ଆଗ୍ରହ ରହିବା ସ୍ବାଭାବିକ। ଦୁବାଇରେ ମୁଁ ତାଙ୍କୁ ଭେଟିଛି । ଏହାଦ୍ୱାରା ମୁଁ କୌଣସି ଭୁଲ କାର୍ଯ୍ୟ କରି ନାହିଁ ।

କୋଲକାତା ପୁଲିସ ଗତ ରବିବାର ଘୋରୋଇ ହିଂସା ମାମଲାରେ ସାମିଙ୍କୁ ଜେରା କରିଥିଲା । ସାମିଙ୍କ ବିରୋଧରେ ପତ୍ନୀ ହସିନଙ୍କ ଗୁରୁତର ଅଭିଯୋଗ ଆସିବା ପରେ ବିସିସିଆଇ ତାଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦେଇଥିଲା ।

ପଢନ୍ତୁ ;

‘ହାଉସଫୁଲ୍‌ –୪’ ସିନେମାରେ ଅକ୍ଷୟଙ୍କ ସହ ରୋମାନସ୍‌ କରିବେ ଏହି ନାୟିକା

ପାକିସ୍ତାନର ମହିଳା ଆଲିଶ୍‌ବା ଶେଷରେ ତାଙ୍କ ମୁହଁ ଖୋଲିଛନ୍ତି - 90%

90%

ଦୁବାଇରେ ଶାମିଙ୍କୁ ସେ ଭେଟିଥିବା ବିଷୟ ସ୍ବୀକାର କରିଛନ୍ତି - 92%

92%
91%

Excellent!

ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

ଭାରତୀୟ କ୍ରିକେଟ ଦଳର ପ୍ରେସ ତାରକା ମହମଦ ସାମି ଘୋରୋଇ ହିଂସା ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇ ପଡିଛନ୍ତି । ପତ୍ନୀ ହସିନ ଜାହନ ଯେ ସାମିଙ୍କ ନାମରେ କେବଳ ଘରୋଇ ହିଂସା ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି ତାହା ନୁହଁ ,ଫିକସିଙ୍ଗ ମାମଲା ଯୋଡିଛନ୍ତି ।

No Votes Yet

You're not rated yet