POLITICALS

ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ସାଥ୍‌ ଦେଉନାହାନ୍ତି ଦୁନିଆର କୌଣସି ଦେଶ

Pakistan 750x430

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ପରେ ତାଟିଆ କାମୁଡିଲା ପରି ହେଉଛି ପାକ୍‌ । ପ୍ରତିଶୋଧ ପରାୟଣ ହୋଇଉଠିଛି ପାକିସ୍ତାନ । ଏନେଇ ଅନ୍ତରାଷ୍ଟ୍ରୀୟ ସ୍ତରେର ଭାରତକୁ ଘେରିବାକୁ ଲାଗିପଡିଛି ପାକ୍‌ । କିନ୍ତୁ ନିରାଶ ହେବାକୁ ପଡୁଛି ପାକିସ୍ତାନକୁ । ପାକ୍‌ ର ସାଥି ଦେଉ ନାହାଁନ୍ତି କୌଣସି ଦେଶ ।ଏବେ ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମିଳିଛି । ତେଣୁ ଲଦାଖ ସୀମା ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିବା ସହ ପାକିସ୍ତାନ ସୈନ୍ୟଙ୍କ ଗତିବିଧୀ ଉପରେ ଅନୁଧ୍ୟାନ କରୁଛି ।

ଏନେଇ ପାକ୍‌ର ବିଦେଶ ମନ୍ତ୍ରୀ ଶାହ ମହମୁଦ୍‌ କୁରୈଶୀ  ନିଜ ମୁହଁରେ ସ୍ୱିକାର କରିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ରରେ କେହି  ଆମ ପାଇଁ ହାର ନେଇ ଠିଆ ହୋଇନାହିଁ, ଏଥିପାଇଁ ଆମକୁ ବହୁତ ସଘର୍ଷ କରିବାକୁ ପଡିବ ।ତେବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ୩୭୦ ଧାରା ଉଚ୍ଛେଦ ନେଇ ନାଇ ଭାରତକୁ ସବୁ ରାଷ୍ଟ୍ର ସହମତି ପ୍ରକାଶ କରୁଥିବାବେଳେ ପାକିସ୍ତାନକୁ  ରାଷ୍ଟ୍ର ମାନଙ୍କର ବିରୋଧର ସିକାର ହେବାକୁ ପଡୁଛି । ବକ୍ରିଇଦ୍‌ ସମାରୋହରେ ଶାହ ମହମ୍ମଦ କୁରୈଶୀ ପାକ୍‌ର ଅଧିକୃତ କଶ୍ମୀରର ରାଜଧାନୀ ମୁଜାଫରବାଦ୍‌ ପହଞ୍ଚି ସେଠାରେ ସ୍ଥାନୀୟ ଲୋମକାନଙ୍କ ସହ ନମାଜ୍‌ ପାଠ କରିଥିଲେ  ।

PAK

ଏହା ପରେ ଏକ ଶାହା ଏକ ପ୍ରେସ୍‌ ମିଟ୍ କରି କହିଥିଲେ ଯ, ପାକିସ୍ତାନର ଆଗକୁ ଯିବା ରାସ୍ତା ବହୁତ କଠିନ ହୋଇପଡିଛି । ପାକିସ୍ତାନକୁ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଖାମଖିଆଲି ସ୍ୱଭାବରେ କୌଣସି କାମ କରିବା ଉଚିତ୍‌ ନୁହେଁ ବୋଲି ପାକିସ୍ତାନ ବୈଦେଶୀକ ମନ୍ତ୍ରୀ କହିଛନ୍ତି । ତେବେ କାକିସ୍ତାନ ଏକପ୍ରକାର ମାନିବୁ ପ୍ରସ୍ତୁତ ଯେ 370 ଧାରା ଉଚ୍ଛେଦ କରିବା ଭାରତ ପାଇଁ ଏକ ଐତିହାସିକ ପଦକ୍ଷେପ  ଏବଂ ଏଥିନେଇ ଭାରତକୁ ସବୁ ରାଷ୍ଟ୍ର ମଧ୍ୟ ସହମତି ପ୍ରକାଶ କରୁଛନ୍ତି ।

Related posts

ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

Ratnamani Moharana

ସ୍ୱାଭାବିକ ହେଉଛି ଜମ୍ମୁ ଓ କାଶ୍ମୀରର ସ୍ଥିତି: ସ୍କୁଲ ଖୋଲିଲା, ମସ୍‌ଜିଦରେ ନମାଜ୍ ଅନୁମତି

Ratnamani Moharana

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

ENO Beuro

Leave a Comment