କୋରୋନା ପାଇଁ ଲୋକେ ଆତଙ୍କିତ। ଏହା ସହ ମୁକାବିଲା କରିବାକୁ ରାଜ୍ୟ ସରକାର ବହୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ବଡ଼ ସଭା, ସମିତି, ମହୋତ୍ସବ, ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଆସନ୍ତା ୨୪ରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ମଧ୍ୟ ରାଜ୍ୟ ନିର୍ବାଚନ କମିଶନର ସ୍ଥଗିତ କରିଛନ୍ତି।
ସୂଚନାନୁଯାୟୀ, ଆସନ୍ତା ୨୪ରେ ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହୋଇଥାନ୍ତା। ସେହିପରି ୬ ସରପଞ୍ଚ, ୮ ସମିତି ସଭ୍ୟ, ୮୪ ୱାର୍ଡ ସଭ୍ୟ ନିର୍ବାଚନ ହୋଇଥାନ୍ତା। ଏବେ ରାଜ୍ୟରେ କୋରୋନା ଆତଙ୍କ କାରଣରୁ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କୋରୋନା ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଥିବା ବେଳେ କୋରୋନା ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚାଲିଛି। ଏହାକୁ ନେଇ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ପଢନ୍ତୁ: କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’