Loading...

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ କରିବେ ପାର୍ଥୀ

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ କରିବେ ପାର୍ଥୀ

କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା ।

 କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା । ଡିଜିଟାଲ୍ କ୍ୟାମ୍ପେନ୍‌ରେ ଭୋଟରଙ୍କ ପାଖେ ପହଞ୍ଚିବା କଷ୍ଟସାଧ୍ୟ ହେଉଥିବା ବେଳେ, ଏକାଧିକ ଆଶାୟୀଙ୍କୁ ନେଇ ପ୍ରାର୍ଥୀ ଚୟନ ପ୍ରମୁଖ ରାଜନୈତିକ ଦଳଗୁଡିକର ମୁଣ୍ଡବିନ୍ଧା ବଢାଇ ଦେଇଛି ।ତେବେ ଏସବୁ ମଧ୍ୟରେ ଆଜିଠୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ।ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ରଗୁଡିକ ଯାଞ୍ଚ ହେବ । ଆଗ୍ରହୀ ପ୍ରାର୍ଥୀମାନେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।୨୫ ତାରିଖ ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.