26.1 C
Bhubaneswar
September 28, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାର

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ସବିଶେଷ ତଥ୍ୟ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି ଗତକାଲି ରାଜ୍ୟ ନିର୍ବାଚନ କମିଶନଙ୍କୁ ଗତକାଲି ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବ ନାହିଁ ।

ସରକାର ନେଉଥିବା ପଦକ୍ଷେପ ଅନୁସାରେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ । ସେହି ଅନୁସାରେ ସଂରକ୍ଷଣ କରି ରାଜ୍ୟ ସରକାର ସବିଶେଷ ତଥ୍ୟ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି । ୨୦୧୭ ଫେବୃଆରୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଣୁ ଖୁବଶୀଘ୍ର ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିବେ ବୋଲି ଆଶା କରାଯାଉଛି ।

ପଢନ୍ତୁ: ପୃଥିବୀ ଆଡକୁ ମାଡି ଆସୁଛି ମହାକାଶର ସାଟେଲାଇଟ୍

Related posts

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana

ଘରେ ବସି ଅଲିମ୍ପିକ୍ସରେ ଭାରତର କ୍ୱାର୍ଟର ଫାଇନାଲ୍‌ ଖେଳ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Maharana

୫୩ ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବେ ତିଳୋତ୍ତମା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More