News

ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ବମିଖାଲ ଫ୍ଲାଏ ଓଭର କାର୍ଯ୍ୟରୁ ହଟିଲା ପଣ୍ଡା ଇନ୍‌ଫ୍ରା

By ENO Beuro

May 07, 2018

ଠିକା ସଂସ୍ଥା ତାଲିକାରୁ ବାଦ ପଡ଼ିଲା ପଣ୍ଡା ଇନଫ୍ରା

ବମିଖାଲ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରୁ ରାଜ୍ୟ ସରକାର ପଣ୍ଡା ଇନ୍‌ଫ୍ରାକୁ ହଟାଇ ଦେଇଛନ୍ତି । ଦ୍ୱିତୀୟ ଥର ଦୁର୍ଘଟଣା ଘଟିବା ପରେ ଏହି ଠିକା ସଂସ୍ଥା ନିର୍ମାଣ କାମ ଠିକ୍ ଭାବରେ କରି ନ ଥିବା ଅଭିଯୋଗରେ ତାକୁ ଅନ୍ତର କରାଯାଇଛି ।  ଏ ନେଇ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ସୋମବାର ସୂଚନା ଦେଇଛନ୍ତି । ଏହାର ନିର୍ମାଣ ଶେଷ ପାଇଁ ଜୁନ୍‌ ମାସ ଡେଡ୍‌ଲାଇନ୍‌ ଥିବାବେଳେ ଏହାକୁ ଅଗଷ୍ଟକୁ ଘୁଞ୍ଚାଇ ଦିଆଯାଇଛି ।

ପ୍ରଥମେ ୨୦୧୭ ମସିହା ସେପ୍ଟେମ୍ବର ମାସରେ ଏହି ନିର୍ମାଣାଧୀନ ବ୍ରିଜ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ପୁନର୍ବାର ଗତ ୩ ତାରିଖ ସଂଧ୍ୟାରେ ଏହି ଅଘଟଣ ହେବାରୁ ଅଜୟ ଭୂମିଚ ମାନକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି କାରଣରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯାଇଛି । ବ୍ରିଜର ପ୍ରାୟ ୪ରୁ ୫ କୋଟିର କାମ ବାକି ରହିଥିବା ବେଳେ ଏହି କାମକୁ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ରିଜ ଉଦଘାଟନ ପୂର୍ବରୁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ତେବେ କେଉଁ ଠିକାସଂସ୍ଥାକୁ ଉକ୍ତ ଫ୍ଲାଏ ଓଭରର ନିର୍ମାଣ କାର୍ଯ୍ୟ ପୁନଃ ପ୍ରଦାନ କରାଯିବ ସେ ନେଇ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଅନ୍ୟାନ୍ୟ ସ୍ଥାନରେ ପଣ୍ଡା ଇନ୍‌ଫ୍ରା ନିର୍ମାଣ କରୁଥିବା ଫ୍ଲାଏ ଓଭରଗୁଡ଼ିକର ଅନୁଧ୍ୟାନ କରାଯିବ ବୋଲି ସଚିବ କହିଛନ୍ତି ।

ପଢନ୍ତୁ ;

ସରିଲା ରିମାଣ୍ଡ ଅବଧି , ଜେଲ ଗଲେ ପୁଞ୍ଜିଲାଲ