• Home
  • News
  • ଜଟଣୀ ଫ୍ଲାଏ ଓଭର ନିର୍ମାଣରୁ ପଣ୍ଡା ଇନଫ୍ର। ବିଦା
News

ଜଟଣୀ ଫ୍ଲାଏ ଓଭର ନିର୍ମାଣରୁ ପଣ୍ଡା ଇନଫ୍ର। ବିଦା

ଖୁବ ଶୀଘ୍ର ନୂଆ ଟେଣ୍ଡର

ଜଟଣୀ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରୁ ପଣ୍ଡା ଇନଫ୍ର। ଠିକା ସଂସ୍ଥାକୁ ବିଦା କରିଦେଇଛନ୍ତି ସରକାର। ଏବେ ଏହି କାର୍ଯ୍ୟ ପାଇଁ ନୂଆ ଟେଣ୍ଡର ଆହ୍ଵାନ କରାଯିବ। ଜଟଣୀ ଫ୍ଲାଏ ଓଭରବ୍ରିଜ ଅନିୟମିତତା ନେଇ ସରକାର ପଣ୍ଡା ଇନଫ୍ରାକୁ ନୋଟିସ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୂର୍ବରୁ ବମିଖାଲ ଫ୍ଲାଏଓଭର ଦୁର୍ଘଟଣା ପରେ ବିବାଦରେ ରହିଥିଲା ପଣ୍ଡା ଇନଫ୍ରା । ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟ ପରେ ପଣ୍ଡା ଇନଫ୍ରାକୁ ବମିଖାଲ ଓଭରବ୍ରିଜ ନିର୍ମାଣ କାର୍ଯ୍ୟରୁ ବାଦ ଦିଆଯାଇଥିଲା । ପରେ ଅନ୍ୟ ୩ଟି ସ୍ଥାନରେ ପଣ୍ଡା ଇନଫ୍ରାର କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ତେବେ ପଣ୍ଡା ଇନଫ୍ରାର କାର୍ଯ୍ୟ ଶୈଳୀକୁ ନେଇ ଜନଅସନ୍ତୋଷ ବଢୁଥିବାରୁ ଜଟଣୀ ଫ୍ଲାଏ ଓଭରବ୍ରିଜ କାର୍ଯ୍ୟରୁ ପୂର୍ତ୍ତ ବିଭାଗ ପଣ୍ଡା ଇନଫ୍ରାକୁ ବାଦ ଦେଇଛି।

panda ଜଟଣୀ ଜଟଣୀ ଫ୍ଲାଏ ଓଭର ନିର୍ମାଣରୁ ପଣ୍ଡା ଇନଫ୍ର। ବିଦା panda

ଏନେଇ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି ଯେ, ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ବିରୋଧରେ ଅଭିଯୋଗ ରହିଥିବାବେଳେ ମନ୍ଥର କାର୍ଯ୍ୟ ମଧ୍ୟ କରୁଥିଲା । ୨୦୧୫ରେ ଜଟଣୀ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ସରିଛି । ତେବେ ପଣ୍ଡା ଇନଫ୍ରାକୁ ବାଦ ଦିଆଯିବା ପରେ ରି-ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପଢନ୍ତୁ;ପୁଣି ରୂପା ଜିତିଲେ ଦୂତି,୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ

Related posts

ଜମ୍ମୁ କାଶ୍ମୀର ର ବାରମୁଲାରେ ଆତଙ୍କବାଦୀ ଙ୍କ ଆକ୍ରମଣ, ୪ ପୋଲିସ ସହିଦ,୨ ଗୁରୁତର ଆହତ

Krishna Kumar Manoj

ସାବିତ୍ରୀବ୍ରତରେ ବଡ ଅଘଟଣ:ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀଙ୍କ ମୃତ

ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More