SPORTS

ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଘଟଣା: ପାଣ୍ଡ୍ୟା, ରାହୁଲଙ୍କ କ୍ଷମା ପ୍ରାର୍ଥନା

rahul

ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପଡିଲେ ପାଣ୍ଡ୍ୟା ଓ ରାହୁଲ । କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭିଜନ ଶୋ ‘କଫି ୱିଥ୍ କରଣ’ରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ । କିନ୍ତୁ କାର୍ଯ୍ୟକ୍ରମରେ ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ପାଣ୍ଡ୍ୟା । ଏହାପରେ ତାଙ୍କୁ ଦର୍ଶକଙ୍କ ସହ କ୍ରୀଡାପ୍ରେମୀମାନେ ମଧ୍ୟ ତାଙ୍କୁ କଟୁ ସମାଲୋଚନା କରିଛନ୍ତି।

rahul

ମଙ୍ଗଳବାର ହାର୍ଦିକ ପାଣ୍ଡ୍ୟା ଏବଂ ଲୋ‌କେଶ ରାହୁଲ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବିସିସିଆଇର ଦ୍ବିତୀୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇ ଉଭୟ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ କ୍ଷମା ମାଗିଛନ୍ତି। କ୍ଷମା ପ୍ରାର୍ଥନା ପରେ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ବିବାଦୀୟ ପାଣ୍ଡ୍ୟା ଓ ତାଙ୍କ ଘନିଷ୍ଠ ବନ୍ଧୁ ରାହୁଲଙ୍କୁ ସେମାନଙ୍କ ଭୁଲ ସୁଧାରିବା ଲାଗି ଆଉ ଏକ ସୁଯୋଗ ଦେବାକୁ ବିସିସିଆଇ କର୍ମକର୍ତାଙ୍କୁ ଆହ୍ବାନ କରିଛନ୍ତି।

ତେବେ ଏହି ଦୁଇ ଜଣଙ୍କ କ୍ଷମା ପ୍ରାର୍ଥନା ସମ୍ଭବତଃ ବିସିସିଆଇର ଅନୁବନ୍ଧିତ ରାଜ୍ୟସଂଘଗୁଡ଼ିକୁ ସନ୍ତୁଷ୍ଟ କରି ପାରିନାହିଁ। ସେଥିପାଇଁ ୧୦ଟି ଅନୁବନ୍ଧିତ ସଂଘ ମିଳିତ ଭାବେ ଏଥିନେଇ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାକୁ ଦାବି କରିଛନ୍ତି। ଏହି ସଂଘଗୁଡ଼ିକ ମାମଲାର ତଦନ୍ତ ଜଣେ ନିରପେକ୍ଷ ତଦନ୍ତକାରୀଙ୍କ ଦ୍ବାରା କରିବାକୁ ମଧ୍ୟ ଜିଦ୍ ଧରିଛନ୍ତି। ସିଓଏର ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ ମଧ୍ୟ ତଦନ୍ତ ସପକ୍ଷରେ ଥିବା ଜଣାପଡ଼ିଛି।

ପଢନ୍ତୁ; କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ,ଅଲଗା କଲେ ଆତ୍ମହତ୍ୟା କରିବାକୁ ଦେଲେ ଧମକ

Related posts

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

ENO Beuro

ଏସୀୟ କ୍ରୀଡ଼ା:ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଅମିତ

ENO Beuro

୨୦୨୦- ୧୭ ବର୍ଷରୁ କମ୍‌ ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଭେନ୍ୟୁ ତାଲିକାରେ ଭୁବନେଶ୍ବର

Ratnamani Moharana

Leave a Comment