Loading...

ବିବାହ କରିବେ ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ

ବିବାହ କରିବେ ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ

ପ୍ରଭୁ ବାଲାଜୀ ମଧ୍ୟ ବିବାହ କରି ତାଙ୍କର ମହତ କାର୍ଯ୍ୟ କରୁଥିଲେ । ଅନେକ ମୁନିଋଷିମାନେ ମଧ୍ୟ ଜୀବନର ୪ଟି ସ୍ତର ଦେଇ ଗତି କରିଛନ୍ତି । ସେହି ୪ଟି ସ୍ତର ହେଉଛି ବ୍ରହ୍ମାଚାର୍ଯ୍ୟ, ଗ୍ରହସ୍ତ୍ୟ, ବନପ୍ରସ୍ଥ ଓ ସନ୍ନ୍ୟାସ । ଏଥିଲାଗି ମୁଁ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି ।

ଣି ଚର୍ଚ୍ଚାରେ ବାଘେଶ୍ବର ଧାମର ପଣ୍ଡିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ଏଥର କୌଣସି ଚମତ୍କାରିତା ପାଇଁ ନୁହେଁ, ବରଂ ବିବାହକୁ ନେଇ ଚର୍ଚ୍ଚାରେ ବାବା ଶାସ୍ତ୍ରୀ । ଏହି ବିବାହ ଉତ୍ସବରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରିତ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ଏଣୁ ଟେଲିଭିଜନ ଜରିଆରେ ସମସ୍ତେ ତାଙ୍କ ବିବାହ ଉତ୍ସବ ଦେଖିପାରିବେ ବୋଲି ବାବା କହିଛନ୍ତି । ଗତ କିଛି ଦିନ ଧରି ବାବାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ପ୍ରତିକ୍ରିୟା ଦେଇ ବିବାହ ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି । ବାବାକୁ ଚର୍ଚ୍ଚାର ପରିସରକୁ ଆସିବା ପରେ ସେ କାହାକୁ ଓ କେବେ ବିବାହ କରିବାକୁ ଯାଉଛନ୍ତି ସେ ନେଇ ଖୁବ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା ।୨୬ ବର୍ଷୀୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଏ ନେଇ ପ୍ରତିକ୍ରିୟାରେ କହିଥିଲେ, " ଖୁବଶୀଘ୍ର ମୁଁ ବିବାହ କରିବାକୁ ଯାଉଛି ।" ଛତ୍ରପୁର ବାଘେଶ୍ବର ଧାମରେ ସେ ଏକ ଧାର୍ମିକ ସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ଧାର୍ମିକ ସଭା ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ତାଙ୍କ ଧାର୍ମିକ ସଭାରେ ଅନେକ ଲୋକଙ୍କ ଭିଡ ଜମିଥିବା ବେଳେ ସେ ନିଜ ବିବାହକୁ ନେଇ ଖୁଲାସା କରିଛନ୍ତି । ଏ ନେଇ ବାବା ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, " ଲୋକମାନେ ମୋ ବିବାହକୁ ନେଇ ଆଲୋଚନା କରୁଛନ୍ତି । ହେଲେ ମୁଁ ଜଣେ ଋଷି ନୁହେଁ । ମୁଁ ଜଣେ ସାଧାରଣ ବ୍ୟକ୍ତି । ମୁଁ ପ୍ରଭୁ ବାଲାଜୀଙ୍କ ନିକଟରେ ପ୍ରାର୍ଥନା କରେ ଓ ତାଙ୍କର ସେବା କରେ ।

ପ୍ରଭୁ ବାଲାଜୀ ମଧ୍ୟ ବିବାହ କରି ତାଙ୍କର ମହତ କାର୍ଯ୍ୟ କରୁଥିଲେ । ଅନେକ ମୁନିଋଷିମାନେ ମଧ୍ୟ ଜୀବନର ୪ଟି ସ୍ତର ଦେଇ ଗତି କରିଛନ୍ତି । ସେହି ୪ଟି ସ୍ତର ହେଉଛି ବ୍ରହ୍ମାଚାର୍ଯ୍ୟ, ଗ୍ରହସ୍ତ୍ୟ, ବନପ୍ରସ୍ଥ ଓ ସନ୍ନ୍ୟାସ । ଏଥିଲାଗି ମୁଁ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି । ହେଲେ ମୁଁ ସମସ୍ତଙ୍କୁ ମୋ ବିବାହ ଉତ୍ସବ ଲାଗି ନିମନ୍ତ୍ରିତ କରିପାରିବି ନାହିଁ । କିଏ ଅତିଥିଙ୍କ ଯତ୍ନ ନେବ ? ମୋ ବିବାହ ଉତ୍ସବ ଟେଲିଭିଜନରେ ସିଧା ପ୍ରସାରଣ କରାଯିବ । ଲୋକମାନେ ଏଠାରୁ ମୋ ବିବାହ ଉତ୍ସବ ଦେଖିପାରିବେ । " ସୂଚନା ଥାଉ କି ଏହି ବାବାଙ୍କୁ ନେଇ ନିକଟରେ ଖୁବ ଚର୍ଚ୍ଚା ହୋଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.