25 C
Bhubaneswar
October 25, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

ବଜ୍ରକାପ୍ତା ମାଧ୍ୟମରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ହେଉଛି। ଚୀନ୍‌ର ଦକ୍ଷିଣ ଚାଇନା କୃଷି ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସଂକ୍ରମିତଙ୍କ ପରୀକ୍ଷାରୁ ଏହା ୯୯ପ୍ରତିଶତ ସାବ୍ୟସ୍ତ ହୋଇଥିବା ଦାବି କରିଛନ୍ତି ବିଶ୍ବବିଦ୍ୟାଳୟର ସଭାପତି ଲିଉ ୟାହୁଙ୍ଗ। ଏକ ହଜାରରୁ ଅଧିକ ବଣ୍ୟଜୀବଙ୍କ ମେଟାଜିନୋମ୍‌ (ମଳ,ମୂତ୍ର ଇତ୍ୟାଦି) ନମୁନା ପରୀକ୍ଷାରୁ ବଜ୍ରକାପ୍ତା ମାଧ୍ୟମରେ ସର୍ବାଧିକ ସଂକ୍ରମଣ ହେଉଥିବାର ପ୍ରମାଣ ମିଳିଥିବା ୟୁାହୁଙ୍ଗ୍‌ ଦାବି କରିଛନ୍ତି।କରୋନା ଭୂତାଣୁ   ପ୍ରଥମେ ବାଦୁଡ଼ିଠାରୁ ଭୂତାଣୁ ସୃଷ୍ଟି ହୋଇଥଲା,  ପରେ ବଜ୍ରକାପ୍ତା ଏବଂ ପରେ  ମଣିଷ ଦେହକୁ ସଂକ୍ରମିତ ହୋଇଛି ବୋଲି ଆଶଙ୍କା କରାଯାଉଛି।

ଗବେଷକମାନେ ବିଭିନ୍ନ ପଶୁଙ୍କ ଠାରୁ ପ୍ରାୟ ୧ ହଜାର ନମୁନା ନେଇ ପରୀକ୍ଷା କରିଛନ୍ତି । ବଜ୍ରକାପ୍ତା ଦେହରେ ଥିବା ଭାଇରସ ଓ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ୯୯% ଭାଇରସର ସମାନତା ଲକ୍ଷଣ ଠାବ ହୋଇଛି । ତେଣୁ ଗବେଷକମାନେ ଏବେ ସ୍ଥିର ନିଶ୍ଚିତ ହୋଇଛନ୍ତି। ବଜ୍ରକାପ୍ତା ଖାଇବାର ସ୍ୱାଦ ହିଁ ଲୋକଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଛି ।

ପଢନ୍ତୁ: ସମଲିଙ୍ଗି ସମ୍ପର୍କରେ କିଏ କାହାର ‘ଚୁମ୍ବକ’

Related posts

ଫାଶୀ ପାଇବେ କି ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ!

Ratnamani Maharana

କଟକ ବଡ଼ ମେଡ଼ିକାଲ ପାଇଁ ବଡ ପ୍ୟାକେଜ

Ratnamani Maharana

୧୭ଶହ ଡେଇଁଲାଣି କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More