Entertainment

ଆଶୁତୋଷଙ୍କ “ପାନିପତ”ରେ ଅର୍ଜୁନ-ସଞ୍ଜୁ! ସାମ୍ନାକୁ ଆସିଛି ଫିଲ୍ମର ଟିଜର ପୋଷ୍ଟର

ପାନିପତ ଯୁଦ୍ଧରେ ସଂଜୟ ଦତ୍ତ ଓ ଅର୍ଜୁନ କପୁର

ବଲିଉଡ୍ ଫିଲ୍ମ ‘ମୋହେଞ୍ଜୋଦାରୋ’ ପରେ ପୁଣି ଥରେ ଇତିହାସ ସମ୍ବଳିତ ପିରିଅଡିକ ଫିଲ୍ମ “ପାନିପତ-ଦ ଗ୍ରେଟ ବିଟ୍ରେୟାଲ”ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦେଶକ ଆଶୁତୋଷ ଗୌଓ୍ଵାରୀ। ପାନିପତରେ ହୋଇଥିବା ତୃତୀୟ ଯୁଦ୍ଧକୁ ନେଇ ଆଧାରିତ ଫିଲ୍ମର ଟିଜର ପୋଷ୍ଟର ସାମ୍ନାକୁ ଆସିଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତା ସଂଜୟ ଦତ୍ତ ଓ ଅର୍ଜୁନ କପୁର।

ଅର୍ଜୁନ କପୁର ଫିଲ୍ମ ପାନିପତର ଟିଜର ପୋଷ୍ଟରକୁ ସେୟାର କରିଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରିବା ସହିତ ଅର୍ଜୁନ କହିଛନ୍ତି ଯେ ‘ମରାଠା ଯୋଦ୍ଧାଙ୍କ ବିରତ୍ୱକୁ ପରଦା ସାମ୍ନାକୁ ଆଣିବା ଗର୍ବ ଅନୁଭବ କରୁଛି। ଏ ହେଉଛି ଫିଲ୍ମର ପ୍ରଥମ ଟିଜର ପୋଷ୍ଟର ।ଟିଜର ପୋଷ୍ଟରେ ଯୁଦ୍ଧ ମଇଦାନରେ ଖଣ୍ଡା ଧରିବାର ଦୃଶ୍ୟ ଦେଖାଯାଇଛି। ଏହି ଫିଲ୍ମରେ ପୁଣି ଥରେ ଐତିହାସିକ ରୋମାଂଚକ ଦେଖିବାକୁ ପାଇବେ । ଏହି ଫିଲ୍ମରେ ଅର୍ଜୁନ କପୁରଙ୍କୁ ମରାଠୀ ଯୋଦ୍ଧାଙ୍କ ଅଭିନୟରେ ଦେଖିବାକୁ ପାଇବେ । ଆକ୍ସନ ହିରୋ ବଦଳରେ ଅଜୁର୍ନଙ୍କୁ ବୀର ଯୋଦ୍ଧା ଦେଖିବାର ସମସ୍ତଙ୍କର ଆଗ୍ରହ ରହିଛି।

ଏହି ଫିଲ୍ମରେ ଅଭିନେତ୍ରୀ ପାଇଁ କ୍ରିତି ସେନନଙ୍କୁ ଚୟନ କରାଯାଇଛି । କହିରଖୁଛୁ ଏହି ଫିଲ୍ମର ସୁଟିଂ ଚଲିତ ମାସ ଅଧାରୁ ଆରମ୍ଭ ହେବ ଓ ଫିଲ୍ମ ୨୦୧୯ ଡିସେମ୍ବର ୬ ରିଲିଜ ହେବ।

ପଢନ୍ତୁ;

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ “କାକୁଡି”

Related posts

ନର୍ଭସ ହେଲେ ଟାଇଗର ସ୍ରଫ୍ , ଜାଣନ୍ତୁ କାରଣ କ ‘ ଣ ?

ENO Beuro

ବିବାହ ପରେ ହନିମୁନ୍ ରେ ବାହାରିଲେ ଏହି ନବବିବାହିତ ପତୀ-ପତ୍ନୀ

ENO Beuro

ବଲିଉଡରେ ପାଦ ଦେଇଛନ୍ତି ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More