• Home
  • LIFESTYLE
  • ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ? ସାବଧାନ୍ ! କ୍ୟାନସର ରୋଗରେ ଶିକାର ହୋଇପାରନ୍ତି ।
LIFESTYLE

ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ? ସାବଧାନ୍ ! କ୍ୟାନସର ରୋଗରେ ଶିକାର ହୋଇପାରନ୍ତି ।

ଆପଣ ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ,କ୍ୟାନସରରେ ଶିକାର ହୋଇପାରନ୍ତି ।  ପ୍ରାୟତଃ ଅଫିସ, ମେଡ଼ିକାଲ, ବିବାହ ଉତ୍ସବ, ଦୋକାନ ଗୁଡ଼ିକରେ ପେପର କପ୍ କିମ୍ବା ପ୍ଲାଷ୍ଟିକ୍ କପରେ ଚା’ ଦିଆଯାଏ । ଆପଣ ବି ଯଦି ଏପରି କରୁଛନ୍ତି ତେବେ ଏହି ଖବର ନିଶ୍ଚୟ ପଢ଼ନ୍ତୁ । ଆପଣ ପେପର କପ୍ କିମ୍ବା ପ୍ଲାଷ୍ଟିକ କପ ବ୍ୟବହାର କରି ଯେଉଁ କଫି ଓ ଚା’କୁ ସୁରକ୍ଷିତ ଭାବୁଛନ୍ତି, ବାସ୍ତବରେ ତାହା ବହୁତ କ୍ଷତିକାରକ ।

ସୁବିଧା ପାଇଁ ବଜାରରେ ଫ୍ଲାଷ୍ଟିକ, ପେପର କପ୍ ବେଶ ଲୋକପ୍ରିୟ । ଆପଣ ଜାଣନ୍ତି କି ଏହି କପ୍ ଗୁଡ଼ିିକ ସ୍ୱାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କପ ଗୁଡ଼ିକ ୫୨ ପ୍ରକାର କ୍ୟାନସରର କାରଣ ହୋଇ ପାରନ୍ତି ।

ଯଦି ଆପଣ କେହି ପ୍ଲାଷ୍ଟିକ କପକୁ କ୍ଷତିକାରକ ଭାବି ପେପର କପରେ ଚା’ ପିଇବା ଆରମ୍ଭ କରିଛନ୍ତି, ତେବେ ସେମାନେ ବି ଏନେଇ ଚିନ୍ତା କରିବା ଜରୁରୀ ଅଟେ  । କାରଣ ପେପର କପ ମଧ୍ୟ କମ କ୍ଷତିକାରକ ନୁହେଁ । ପେପର କପରେ ଚା’ କିମ୍ବା କୌଣସି ବି ଗରମ ଚିଜର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

ସୂଚନା ଅନୁଯାୟୀ ଏହି ପ୍ରକାର କପ୍ ତିଆରି ସମୟରେ ଏକ ପତଳା ମହମ ପରସ୍ତ ଦିଆଯାଇଥାଏ । ଯେତେବେଳେ  ଗରମ ଚା’ କିମ୍ବା କଫି ପେପର କପରେ ଦିଆଯାଏ, ସେତେବେଳେ ସେହି ମହମ ପରସ୍ତକୁ ଆମେ ଚା’ ସହ ପିଇଯାଉ ।

ବିଶେଷଜ୍ଞଙ୍କ ମୁତାବକ ପେଟରେ ଥିବା ଏସିଡ଼ ଅଳ୍ପ ମାତ୍ରାକୁ ସମ୍ଭାଳିପାରେ । କିନ୍ତୁ ଅଧିକ ମାତ୍ରାରେ ମହମ ଜମା ହେବା ପରେ ଅନ୍ତନଳୀରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଏପରି କପରେ ଚା’ କମ୍ବା କଫି ପିଇବାରୁ ଦୂରେଇ ରୁହନ୍ତୁ । କାଚରେ କିମ୍ବା ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତୁ ।

ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ?  ସାବଧାନ୍ ! କ୍ୟାନସର ରୋଗରେ ଶିକାର ହୋଇପାରନ୍ତି । plastic cup

ପଢନ୍ତୁ ;

ଆଖିରୁ ପାଣି ବାହାରୁଛି କି ?ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଛି ,ଆସନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ଆଖିକୁ ସୁରକ୍ଷିତ ରଖିପାରିବେ

Related posts

ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

Krishna Kumar Manoj

ନିୟମିତ ଛତୁଆ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ ଜାଣନ୍ତୁ ?

Krishna Kumar Manoj

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More