Celebs News

ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କ କପି କରି ପୁଣି ବିବାଦରେ ପପୁ

Papu Mimiciri Of Ranu Mandal Thumbnail 1 750x430

ପୁଣି ବିବାଦ ଘେରରେ ଓଲିଉଡର ହାସ୍ୟ ଅଭିନେତା ପପୁ ପମପମ୍ । ନିଜର ନୂଆ ସିନେମାର ପୋଷ୍ଟରକୁ ନେଇ ପପୁ ଯେଉଁ ବିବାଦର ସାମ୍ନା କରିଥିଲେ, ସେଥିରୁ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ, ଏବେ ପୁଣି ଥରେ ଆଉ ଏକ ନୂଆ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ଏହି ହାସ୍ୟ ଅଭିନେତା ।  ରାତାରାତି ସୋଶାଲ୍‌ ମିଡିଆ ସେନ୍‌ସେସନ୍ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସେ ବିବାଦ ଭିତରକୁ ପଶିଯାଇଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

ପପୁଙ୍କର ଏହି ଭିଡିଓକୁ ନେଇ ସୋଶାଲ୍ ମିଡି‌ଆରେ ଭାଇରାଲ୍ ହେବା ସହ ବିବାଦ ବି ଦେଖାଦେଇଛି। କିଛି ଲୋକ ଏହାକୁ ନିନ୍ଦା କରୁଥିବା ବେଳେ ଆଉ କିଛି ଲୋକ ପପୁଙ୍କ ବିରୋଧରେ ବିଷେଦଗାର କରୁଛନ୍ତି। ରାନୁଙ୍କୁ ନକଲ କରିବା ପପୁଙ୍କ ପାଇଁ ଶୋଭା ପାଉନାହିଁ ବୋଲି ସୋଶାଲ୍‌ ମିଡିଆରେ ମତ ପ୍ରକାଶ ପାଇଛି।

ପପୁଙ୍କର ଭାଇରାଲ୍‌ ହୋଇଥିବା ଭିଡିଓରେ ସେ ଏକ ଶାଢୀ ପିନ୍ଧି ରାନୁଙ୍କ ଲୋକପ୍ରିତ ଗୀତ ତେରି ମେରି …… ଗୀତକୁ ଗାଉଥିବା ଶୁଣିବାକୁ ମିଳିଛି । ଏଥିରେ ଆଉଜଣେ କଳାକାର ହିମେଶ ରେଶମେୟାଙ୍କୁ ଅନୁକରଣ କରିଛନ୍ତି । ରାନୁଙ୍କ ଭଳି ପପୁ ମଧ୍ୟ ରାନୁଙ୍କ ଭଏସରେ ଗୀତ ଗାଇ ନକଲ କରୁଛନ୍ତି । ତେବେ ପପୁ ଜଣେ ଅଭିନେତା ହୋଇ ମଧ୍ୟ, ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ ନକଲ କରିବା ଏବେ ବିବାଦର ବିଷୟ ହୋଇଛି।

ପଢନ୍ତୁ: ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ

Related posts

Odia TV Serial Actress Devika Arundhati Samal

Jitendra

ବିଖ୍ୟାତ ନାଟ୍ୟକାର ଅନନ୍ତ ଓଝା ନିଜର ଅସୁସ୍ଥତା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି

ENO Beuro

Sonika Roy Looking Forward For Her Next Ollywood Steps

Jitendra

Leave a Comment