Celebs News

ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ

Papu 1 00000

ଅପକମିଂ ଫିଲ୍ମ କହ୍ନେୟାର ବିବାଦୀୟ ପୋଷ୍ଟର ସମ୍ପର୍କରେ ଶେଷରେ ପପୁ ପମ୍‌ ପମ୍‌  ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, “ଏବେ ୨-୩ ଦିନ ହେବ ଓଡିଶାରେ ଏକ ଗରମ ଖବର ଭାରି ଚର୍ଚ୍ଚାରେ ରହିଛି। ମୁଁ କାଳେ ନାରୀମାନଙ୍କୁ ଅସମ୍ମନୀତ କରିଛି। ୭ଜଣ ଝିଅ ଆଣ୍ଠେଇଛନ୍ତି। ମୁଁ ତାଙ୍କ ବେକରେ ଦଉଡି ପକାଇ ଠିଆ ହୋଇଛି। ଯାହା ପ୍ରକୃତରେ ଭୁଲ କଥା। ନାରୀ ବାବଦକୁ ମୋର ବି ସମ୍ମାନ ଅଛି। ମୋର ବି ମାଆ ଅଛନ୍ତି, ଭଉଣୀ ଅଛନ୍ତି। ଏମିତି ଭୁଲ ମୁଁ କେବେ କରି ନାହିଁ।

Whatsapp Image 2019 08 17 At 9.03.39 Am 2

ପୋଷ୍ଟରରେ ଗୀତର ଷ୍ଟିଲ ଫଟୋ ନେଇ କେହି ବୋଧେ ଏମିତି କରିଛନ୍ତି। ତାକୁ ନେଇ ବାହାରେ କିଏ ପୋଷ୍ଟର କରିଛନ୍ତି। ସେଥିପାଇଁ ମୁଁ ଦାୟି ନୁହେଁ। ମୋ ନାଁରେ କେସ ଦିଆଯାଇଛି, ସେ କଥା ମୁଁ ଶୁଣିଲି। ତେବେ ସବୁବେଳେ ଚୁପ୍‌ ରହିବା ଠିକ ହେବ ନାହିଁ। ବାରମ୍ବାର ଯିଏ ପାରୁଛନ୍ତି ଯେତେବେଳେ ପାରୁଛନ୍ତି  ଆଉ କେହି ନମିଳିଳା ଭଳିଆ ମୋ ନାଁରେ ଚର୍ଚ୍ଚା ଚଲାଇଛନ୍ତି। ଏହା ମତେ କଷ୍ଟ ଦେଉଛି। ଫିଲ୍ମରେ ମୁଁ ହେଉଛି ଅଭିନେତା। ସିନେମାର ପ୍ରମୋସନରେ ପୋଷ୍ଟର ତିଆରି ହୁଏ ମୁଁ ଜାଣିଛି। କିନ୍ତୁ ଯିଏ ନାହିଁ ସିଏ ଯଦି ପୋଷ୍ଟର କରିଦେବେ ତାହେଲେ ମୁଁ କଣ କରିପାରିବି। କାରଣ ଏହି ବିଷୟରେ ମୁଁ ପ୍ରଯୋଜକଙ୍କୁ ପଚାରିଲା ପରେ ମୁଁ ଜାଣିଲି ଯେ, ପ୍ରଯୋଜନା ସଂସ୍ଥା  ଏହି ପୋଷ୍ଟର କରି ନାହିଁ। ଏହି ପୋଷ୍ଟର ବାହାରେ କିଏ କରିଛନ୍ତି।

ନାରୀ ସମ୍ମାନର କଥା ଯେତେବେଳେ ଆସିଛି, ନାରୀ ସଂଗଠନ ବାହାରିଛନ୍ତି ଠିକ୍‌ ଅଛି। କିନ୍ତୁ ଏଥିପାଇଁ ମତେ ଦୋଷ ନଦିଆଯାଉ।  ଏତିକି ଖାଲି ଜାଣିଥାନ୍ତୁ ସବୁବେଳେ ଭଲ କଥା ପାଇଁ ମୁଁ ଚେଷ୍ଟା କରିଥାଏ। ମନୋରଞ୍ଜନ ପାଇଁ ମୁଁ ଚେଷ୍ଟା କରେ। ଏମିତି ଥାର୍ଡ ଗ୍ରେଡର ପୋଷ୍ଟର କରିବା ମୋର କନ୍‌ସେପ୍ଟ ନୁହେଁ। ସେଥିରେ ଯାହା ବି ହୋଇଛି ସେଥିପାଇଁ ମୁଁ କଦାପି ଦାୟି ନୁହଁ”।

Pappu 750x430

ତେବେ ହ୍ୱାଟ୍ସଆପ୍‌ ଷ୍ଟାଟସ୍‌ରେ ପପୁ ସେହି ଫଟୋକୁ ରଖିଥିଲେ ବୋଲି ଯେଉଁ ଅଭିଯୋଗ ଆସିଛି ତାହା ଠିକ୍‌ ହୋଇଥାଇ ପାରେ ବୋଲି ମାନିଛନ୍ତି ପପୁ । କିନ୍ତୁ ସେ ଫଟୋକୁ ସମୀକ୍ଷା ନକରି ନିଜ ଫିଲ୍ମର କେହି ପ୍ରମୋସନ କରୁଛନ୍ତି ବୋଲି ଭାବି ରଖିଦେଇ ଥାଇ ପାରେ ବୋଲି ସେ କହିଛନ୍ତି । କିନ୍ତୁ ଯେତେବେଳେ ଏହି ପୋଷ୍ଟରକୁ ନେଇ ବିବାଦ ଉପୁଜିଲା ସେତେବେଳେ ସେ ଏହି ଫଟୋ ଷ୍ଟାଟସ୍‌ରୁ ହଟେଇଥିବା ସ୍ୱୀକାର କରିଛନ୍ତି ।

ପଢନ୍ତୁ: ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ପୁଣି ବିବାଦରେ ପପୁ ପମପମ୍

Related posts

“Enna Sona & Dil De Varke” Cover – Raag n Roll Song By Sohini & Sharat

ENO Beuro

Pammy Mishra Is A Leading Ollywood Singer

Jitendra

Dipika Tripathy Ollywood actress

Jitendra