News

ସୁସ୍ଥ ହୋଇ ଓଡିଶା ଫେରିଲେ ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ୍

ଘରକୁ ଫେରିଲେ ପପୁ

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା ପପୁ ପମ୍‌ପମ୍‌। ପାନ୍‌କ୍ରିୟାସରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ,ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଫେରିଥିବା କଥା ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ପପୁ ପମପମ୍ ଏହି ଭିଡିଓରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲପାଇବା ହିଁ ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଛି ବୋଲି ପପୁ ମତବ୍ୟକ୍ତ କରିଛନ୍ତି।

ପଢନ୍ତୁ;ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା

Related posts

ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ କଲା କୋର୍ଟ

Ratnamani Moharana

ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Ratnamani Moharana

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ENO Beuro

1 comment

Leave a Comment