Entertainment

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

ଓଲିଓଡରେ ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ପପୁ ପମ୍‌ପମ୍‌ ପରିଚିତ। ପପୁ  ଆଉ କେତେକ ହାତଗଣତି ହାସ୍ୟାଭିନେତାଙ୍କ ମଧ୍ୟରୁ ନାୟକ ଭୂମିକାରେ ଅଭିନୟ କରି ଅଧିକ ସଫଳତା ହାସଲ କରିଛନ୍ତି।୨୦୦୭ରେ ରିଲିଜ୍‌ ହୋଇଥିବା ‘ତୁ ମୋ’ ଆଖିର ତାରା’ଜରିଆରେ ଓଲିଉଡ଼୍‍ରେ କମେଡ଼ିଆନ୍‌ ଭାବେ ଏଣ୍ଟ୍ରି ନେଇଥିଲେ ପପୁ ପମ୍‌ପମ୍‌। ଏଥିରେ ତାଙ୍କର ଭୂମିକାଟି ଖୁବ୍‌ କମ ଥିଲା।

ତାପରେ ମେଘ ସବାରିରେ ଆସିବ ଫେରି,ମୋଷ୍ଟ ଓ୍ଵାଣ୍ଟେଡ଼୍‍ ,ସଂଜୁ ଆଉ ସଂଜନା,ଛାତିରେ ଲେଖିଛି ତୋ’ରି ନାଆଁ,ବାଳୁଙ୍ଗା ଟୋକା ଓ କେବେ ତୁମେ ନାହଁ କେବେ ମୁଁ ନାହିଁ, ଆଦି ଓଡ଼ିଆ ଛବିରେ ଦର୍ଶକ ମୁଖ୍ୟତଃ କମେଡ଼ିଆନ୍‌ ରୂପେ ଦେଖିବାକୁ ପାଇଥିଲେ।

ପପୁଙ୍କର ଅନ୍ୟ ଏକ ସିନେମା ୨୦୧୨ରେ ମୁକ୍ତି ଲାଭ  କରିଥିଲା।

ଏହି ସିନେମା ‘ରଙ୍ଗିଲା ଟୋକା’ରେ ପପୁଙ୍କର ଅବତାର ଏକଦମ୍‌ ଭିନ୍ନ ଥିଲା। ଏଥିରେ ସେ ନାୟକ ଭୂମିକା ନିଭାଇଥିଲେ। ଏହି ସିନେମାରେ ପପୁ ପମ୍‌ପମ୍‌ଙ୍କ ନାୟିକା ବନିଥିଲେ ଗ୍ଲାମରସ୍‌ ଦେବଯାନୀ। ହିରୋଭାବେ ପ୍ରଥମ ସିନେମାରେ ପପୁ ପମ୍‌ପମ୍‌ଙ୍କୁ ମିଳିଥିଲା ଢ଼େର ସଫଳତା। ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ମୁରଲୀ କ୍ରିଷ୍ଣା।

ତା’ପରେ ସେ ପୁଣି ‘ଚଉକା ଛକା’ଓ ‘ଆମେ ତ ଟୋକା ଷଣ୍ଢମାର୍କା’ରେ ନାୟକ ବନିଥିଲେ।ଏଥି ମଧ୍ୟରୁ ‘ଚଉକା ଛକା’ରେ ତାଙ୍କର ନାୟିକା ସାଜିଥିଲେ ଲଭ୍‌ଲି ଓ ‘ଆମେ ତ ଟୋକା ଷଣ୍ଢମାର୍କା’ରେ କୋଏଲ୍‌ । ହେଲେ ଏ ଦୁଇଟି ସିନେମାକୁ ଅଧିକ ସଫଳତା ମିଳିନଥିଲା।

୨୦୧୫ ପରଠୁ ଏପ୍ରଯନ୍ତ ପପୁଙ୍କୁ ଅନ୍ୟ କୌଣସି ଓଡ଼ିଆ ସିନେମାରେ ହିରୋ ରୋଲ୍‌ରେ ଦେଖିବାକୁ ମିଳିନାହିଁ।

ପଢନ୍ତୁ;

କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

Related posts

୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’

ENO Beuro

ସଲମାନ ଖାନଙ୍କ ଭଉଣୀ ଥିଲେ ଏହି ଅଭିନେତାଙ୍କର ପ୍ରଥମ ପ୍ରେମ

ENO Beuro

ଆଜି ପରଦାରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ ‘ଯୋଗୀ’

ENO Beuro

Leave a Comment