SPORTS

ଏସୀୟ ପାରା କ୍ରୀଡ଼ା:ସନ୍ଦିପ,ରାଜୁ ରକ୍ଷିତା,ସୂୟାଶଙ୍କୁ ସ୍ୱର୍ଣ୍ଣ

ଦ୍ଵିତୀୟ ଦିନରେ ୩ ସ୍ୱର୍ଣ୍ଣ ସହ ଭାରତକୁ ୧୧ ପଦକ

୨୦୦ ମିଟର ଫାଇନାଲରେ ଓଡିଆ ଝିଅ ଜୟନ୍ତୀ

ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳି ସନ୍ଦୀପ ଚୌଧୁରୀ ଜାଭେଲିନ୍‍ ଥ୍ରୋରେ ବିଶ୍ୱରେକର୍ଡ ସୃଷ୍ଟି କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦ୍ଵିତୀୟ ଦିନରେ ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ସହ ୧୧ଟି ପଦକ ମିଳିଛି। ସନ୍ଦୀପ ୬୦.୦୧ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ନୂଆ ବିଶ୍ୱରେକର୍ଡ ସୃଷ୍ଟି କରିବା ସହ ସ୍ୱର୍ଣ୍ଣ ପଦକ ଜିିତିଥିବା ବେଳେ ଶ୍ରୀଲଙ୍କାର ଚାମିଣ୍ଡା ସମ୍ପଦ ୫୯.୩୨ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ରୌପ୍ୟ ଓ ଇରାନ୍‍ର ଓମିଦି ଅଲ୍ଲୀ ୫୮.୯୭ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ବ୍ରୋଞ୍ଜ୍‍ ପଦକ ହାସଲ କରିଛନ୍ତି।

sandeep ସ୍ୱର୍ଣ୍ଣ ଏସୀୟ ପାରା କ୍ରୀଡ଼ା:ସନ୍ଦିପ,ରାଜୁ ରକ୍ଷିତା,ସୂୟାଶଙ୍କୁ ସ୍ୱର୍ଣ୍ଣ sandeep

ପୁରୁଷ ଜାଭଲିନ୍‌ରେ ସନ୍ଦୀପ ଚୌଧୁରୀ, ପୁରୁଷ ୫୦ ମିଟର ବଟରଫ୍ଲାଏରେ ସୂୟାଶ ଯାଦବ ଓ ପୁରୁଷ ୧୫୦୦ ମିଟର ଦୌଡ଼ରେ ରାଜୁ ରକ୍ଷିତା ସ୍ବର୍ଣ୍ଣ ଜିତିଥିଲେ। ମିଶ୍ରିତ ୫୦ ମିଟର ଫ୍ରି ପିସ୍ତଲରେ ମନୀଷା ନରୱାଲ୍‌ ରୌପ୍ୟ ଏବଂ ଶିଙ୍ଘରାଜ କାଂସ୍ୟ ଜିତିଥିଲେ।

୫୦ କିଲୋଗ୍ରାମ ଶକ୍ତିଉତ୍ତୋଳନରେ ସକିନା ଖାତୁନ, ମହିଳା ଜାଭଲିନ୍‌ରେ ରମ୍ୟା ନାଗରାଜନ ରୌପ୍ୟ ଓ ଦୀପା ମଲ୍ଲିକ କାଂସ୍ୟ ଜିତିଥିଲା ବେଳେ ମହିଳା ୧୫୦୦ ମିଟରରେ ରାଧା ଭେଙ୍କଟେସ୍‌ ରୌପ୍ୟ ପାଇଥିଲେ। ମହିଳା ୧୦୦ ମିଟର ବଟରଫ୍ଲାଏରେ ଦେବାଂଶୀ ସତିଜା (ମହିଳା) ଓ ସ୍ବପ୍ନୀଲ ପଟେଲ୍‌ (ପୁରୁଷ) କାଂସ୍ୟ ଜିତିଥିଲେ।

ପଢନ୍ତୁ;ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଦିଲ୍ଲୀପ କୁମାର

Related posts

ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

Krishna Kumar Manoj

ଇତିହାସ ରଚିଲେ ରୋଜର ଫେଡେରର : ଅଷ୍ଟ୍ରେଲିଆନ ଓପନ

Krishna Kumar Manoj

କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ ପ୍ରଥମ ସଂସ୍କରଣ ଆରମ୍ଭ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More