News

ରେକର୍ଡ ଧାରାରେ ପାରାଦୀପ ବନ୍ଦର

Bp

୨୪ ଘଣ୍ଟାରେ ୩୦ ଜାହାଜ ଚଳାଚଳ

 

ପାରାଦୀପ ବନ୍ଦର  ଏଥର ପୁଣି ଏକ  ନୂଆ ରେକର୍ଡ ସୃଷ୍ଟି କରିଛି। ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରି ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି ବନ୍ଦର। ଗତ ଅକ୍ଟୋବରରେ ୨୦ ଘଣ୍ଟାରେ ୨୭ ଜାହାଜ ଚଳାଚଳ କରାଇ ରେକର୍ଡ କରିଥିଲା ପାରାଦୀପ ବନ୍ଦର। ଚଳିତ ଆର୍ଥିକ ବର୍ଷରେ ୧୨୦ ନିୟୁତ ମେଟ୍ରିକ ଟନ୍  ପଣ୍ୟ କାରବାର କରିବାକୁ ପାରାଦୀପ ବନ୍ଦର ଲକ୍ଷ୍ୟ ରଖିଥିବା ବେଳେ ଗତ ଦୁଇ ବର୍ଷ ହେଲାଣି ୧୦୦ ନିୟୁତ ମେଟ୍ରିକ ଟନ୍‌ରୁ ଅଧିକ ପଣ୍ୟ କାରବାର କରି ଦେଶରେ ଅନ୍ୟତମ ବୃହତ ବନ୍ଦର ଭାବରେ ସ୍ଥିତି ଜାହିର କରିପାରିଛି।

ଗତକାଲି ସକଳ ୭ଟା ୩୦ ଭିତରେ ବନ୍ଦର ପୋତାଶ୍ରୟ ଭିତରେ ୧୧ଟି ଜାହାଜକୁ ପଣ୍ୟ କାରାବାର କରିବା ପାଇଁ ସ୍ଥାନନ୍ତର କରଯାଇଥିଲା। ୧୦ଟି ଜାହାଜ ବନ୍ଦର ଭିତରକୁ ପ୍ରବେଶ କରିଥିବାବେଳେ ୯ଟି ପ୍ରସ୍ଥାନ  କରିଛି। ୩ଟି ଜାହାଜକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୮ଟି ସହାୟକ ଜାହାଜ  ମଧ୍ୟ ଚଳାଚଳ କରିଛି।ଆହୁରି ୩୯ଟି ଜାହାଜ ବନ୍ଦର ଏଙ୍କରେଜ ଏରିଆ  ବାହାରେ ଭିତରକୁ ପ୍ରବେଶ କରିବା ପାଇଁ ଅପେକ୍ଷା କରିଛନ୍ତି।

ପଢନ୍ତୁ: ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର

Related posts

ଦିଲୀପ ତିର୍କୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଖଣି ଜରିମାନାକୁ ନେଇ ରାଜ୍ୟ ସରକାର ଲିଜଧାରୀମାନଙ୍କୁ ଶୁଣାଇଲେ କଠୋର ବାଣୀ

ENO Beuro

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ସ୍କୁଟିକୁ ପିଟିଲା ଟ୍ରଲର, ୨ମୃତ

ENO Beuro

Leave a Comment