EnewsOdia.Com

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକ ।  ଶୁକ୍ରବାର ଭୋର ପ୍ରାୟ ୪ଟାରେ ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କର ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ। ଏପରିକି ସେ ଦୀର୍ଘ ଅଢ଼େଇ ବର୍ଷ ହେବ କୋମାରେ ଥିଲେ ବୋଲି ସୂଚନା ମିଳିଛି।

ମହାରାଜା ଗୋପୀନାଥ ଗଜପତି୧୯୪୩ ମାର୍ଚ୍ଚ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପାରାଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତି କ୍ଷେତ୍ରରେ ମଧ୍ୟ ବେଶ୍ ପରିଚିତ ଥିଲେ । ତେବେ ପାରଳା ମହାରାଜଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ମହାରାଜା ଗୋପୀନାଥ ଗଜପତି ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ମହାରାଜାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସେପଟେ ମହାରାଜା ଗୋପୀନାଥ ଗଜପତି ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଢନ୍ତୁ: ଆଜିଠୁ ରାଜ୍ୟକୁ ଲେଉଟିବ ଶୀତ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ସମ୍ବନ୍ଧିତ ଖବର

କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

Ratnamani Maharana

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

Ratnamani Maharana

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

Ratnamani Maharana

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ

Ratnamani Maharana

ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Ratnamani Maharana

ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

Ratnamani Maharana