EnewsOdia.Com

ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତିକ୍ଷିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ । ମୋଦିସରକାରରେ ତୃତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନିଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭାବ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଟିପ୍‌ସ ଦେବାସହ କିଭଳି ଚାପମୁକ୍ତ ହୋଇ ଛାତ୍ରଛାତ୍ରୀ ପରୀକ୍ଷାକୁ ଉତ୍ସବ ଭଳି ଗ୍ରହଣ କରିହେବ ସେଥିନେଇ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବେ।

ଏଠାରେ ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ମାସରେ ଅନୁଷ୍ଠିତ ପ୍ରଥମ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅନ୍ୟମନସ୍କତାର ମୁକାବିଲା ପାଇଁ ଆତ୍ମସମୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେହିପରି ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସମୟର ଅପଚୟ ନ କରି ଏହାର ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଏହାର ସିଧା ପ୍ରସାରଣ ୟୁ ଟ୍ୟୁବ୍‌ ଜରିଆରେ କରାଯିବ।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଓଡିଶାରୁ ୨୮ ଛାତ୍ରଛାତ୍ରୀ

‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୨୮ ଜଣ ଛାତ୍ରଛାତ୍ରୀ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରଶପତ୍ରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ପଠାଯାଇଛି । ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପାଇଁ ରାଜ୍ୟର ସବୁ ସ୍କୁଲ ନୋଟିସ ବୋର୍ଡ ଓ ଅଫିସିଆଲ ୱେବସାଇଟରେ ସୂଚନା ରଖିବାକୁ କୁହାଯାଇଛି । ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲୋଖାଯାଇଥିବାର ସୂଚନା ମିଳିଛି ।

ପଢନ୍ତୁ:  ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ସ୍ମାର୍ଟ ପଣ୍ଡିତ

ସମ୍ବନ୍ଧିତ ଖବର

ଯେକୌଣସି ମୁହୁର୍ତ୍ତରେ ସୋନିଆ ଓ ରାହୁଲ ହରାଇବେ ଭାରତୀୟ ନାଗରିକତା

Ratnamani Maharana

ଆରମ୍ଭ ହେଲା ଇକୋ ଫ୍ରେଣ୍ଡଲି ଦାହ ସଂସ୍କାର

Ratnamani Maharana

‘ଇଣ୍ଟୁ ଦି ଓ୍ଵାଇଲ୍‌ଡ୍‌ ଓ୍ଵିଥ୍‌ ବେୟର୍‌ ଗ୍ରିଲ୍‌ସ୍‌’ରେ ସୁପର୍‌ ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରୋମୋ

Ratnamani Maharana

୮୪ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ କରିଦେବ ଚୀନ୍

Ratnamani Maharana

ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ

Ratnamani Maharana

ବୋହୂ ଐଶ୍ୱର୍ଯ୍ୟାଙ୍କ ସମସ୍ତ ସାମଗ୍ରୀକୁ ବାପଘରକୁ ପଠାଇଦେଲେ ଶାଶୁ ରାବଡ଼ି

Ratnamani Maharana