EnewsOdia.Com

ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

ଆସନ୍ତା ରବିବାର କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ କଟକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼ ଓ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ପାର୍କିଂ ବ୍ୟବସ୍ଥା କରାଯାଇଛି।

ଜାଣି ରଖନ୍ତୁ କିପରି ରହିଛି ପାର୍କିଂ ବ୍ୟବସ୍ଥା …

  • ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାଓଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡ଼ି ଗୁଡିକ ରିଂ ରୋଡ୍‌ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ଚହଟାଛକ ପଟୁ ଆସୁଥିବା ଗାଡ଼ି ଗୁଡିକ କାର୍ତ୍ତିକେଶ୍ୱର ଗଡ଼ାରେ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ।
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ଆନନ୍ଦଭବନ ପଡ଼ିଆରେ ପାର୍କିଂ କରିପାରିବେ। ଚଣ୍ଡୀ ଛକ ଓ କଳା ବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ଦୟାଶ୍ରମ ସାମ୍ନା ପଡ଼ିଆରେ ପାର୍କିଂ କରିବେ।
  • ସେହିପରି ଓସିଏ ପାର୍କିଂ ପାସ୍‌ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରୀସେବା ସଦନ ଛକ ଦେଇ ଓସିଏ ପଡିଆରେ ପାର୍କିଂ କରିବେ। ଜାଭିୟର ଗ୍ରାଉଣ୍ଡ ପାସ୍‌ ପାଇଥିବା ବ୍ୟକ୍ତି ଗେଟ୍ ନମ୍ବର ୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ।

 

ପଢନ୍ତୁ: ଭୁବନେଶ୍ୱର ହୋଟେଲରେ ପହଞ୍ଚିଲା ଇଣ୍ଡିଆ ଓ ଓ୍ୱେଷ୍ଟିଣ୍ଡିଜ୍‌ କ୍ରିକେଟ ଟିମ

ସମ୍ବନ୍ଧିତ ଖବର

ରାଜ୍ୟରେ ବଢିବ ବର୍ଷା, ତିନି ଦିନ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Ratnamani Maharana

ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ

Ratnamani Maharana

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

Ratnamani Maharana

ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

Ratnamani Maharana

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

Ratnamani Maharana

ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର

Ratnamani Maharana