EnewsOdia.Com

ମାନିଲେନି ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ, ନିର୍ଭୟରେ ଆଦାୟ କଲେ ଫି’

କୌଣସି ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଲୋକଙ୍କୁ ପାର୍କିଂ ଫି’ ଦେବାକୁ ପଡ଼ିବନି। ଏହି ସବୁ ସ୍ଥାନରେ ମାଗଣାରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଯିଏ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିଭଳି ନିର୍ଦ୍ଦେଶନାମ‌ା ବିଡିଏ ପକ୍ଷରୁ ବୁଧବାର ସଂଧ୍ୟାରେ ଜାରି ହୋଇଥିଲା।

ହେଲେ ଯେଉଁମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହେଲା, ସେମାନେ ଆଜି କର୍ତ୍ତୃପକ୍ଷଙ୍କୁ ଖୋଲା ଚାଲେଞ୍ଜ ଦେଇ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିଛନ୍ତି। ନିର୍ଦ୍ଦେଶନାମା ଜାରି ହେବାର ୨୪ଘଣ୍ଟା ନ ପୂରୁଣୁ ସେମାନେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରିବାରେ ଲାଗି ପଡ଼ିଛନ୍ତି।

 

ଏସ୍‌ପ୍ଲାନେଡ୍ ୱାନ୍ ମଲ୍‌ରେ ବି ଲୁଟିଲେ

ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଆଜି ପୂରା ନିର୍ଭୟରେ ପାର୍କିଂ ଫି’ ଆଦାୟ ହୋଇଥିଲା। ଯିଏ ବାଇକ୍ ନେଇ ଆସୁଥିଲେ ସେମାନଙ୍କଠାରୁ ୧୦ଟଙ୍କା, କାର୍‌ ପାଇଁ ୩୦ଟଙ୍କା ହିସାବରେ ଫି’ ଆଦାୟ ହୋଇଥିଲା। ଆଜି ପୂରା ଦିନତମାମ୍ ଏଠାରେ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ ହୋଇଥିଲେ ହେଁ କମିସନରେଟ୍ ପୁଲିସ, ବିଏମ୍‌ସି ଓ ବିଡିଏ କେହି ବି ଚଢ଼ଉ କରିନଥିଲେ କି ଏହି ବେଆଇନ ପାର୍କିଂ ଫି’ ଆଦାୟ ଉପରେ ରୋକ୍ ଲଗାଇ ନଥିଲେ।

ମଲ୍ଟିପ୍ଲେକ୍ସ, ସିନେମା ହଲ୍‌ ବି ମାନିଲେନି

ଏସ୍‌ କମ୍ପ୍ଲେକ୍ସ ଏବଂ ମହାରାଜା ସିନେମା ହଲ୍‌ରେ କାର୍‌ ପାର୍କିଂ ପୂର୍ବଭଳି ମାଗଣା ଥିବା ବେଳେ ବାଇକ୍ ପିଛା ୫ଟଙ୍କା ହିସାବରେ ଫି’ ଆଦାୟ ହେଉଥିଲା। ଯେମିତି କ’ଣ ନିୟମ ହୋଇଛି ଜାଣିନାହାନ୍ତି। ମାଗଣାରେ ପାର୍କିଂ ଯୋଗାଇବା ଯେ ପ୍ରକୃତ ନିୟମ, ତାହା ସେମାନେ ନବୁଝିବା ପରି ଲୋକଙ୍କ ସହ ବ୍ୟବହାର କରୁଥିଲେ।

ସ୍ପେସ୍‌ ମେଣ୍ଟେନାନ୍ସ ଚାର୍ଜ ନାଁରେ ପାର୍କିଂ ଫି’ ଆଦାୟ

ଯେଉଁ ବିଡିଏ ଉପାଧ୍ୟକ୍ଷ ସପିଂ ମଲ୍‌ ପାର୍କିଂ ଫି’ ଆଦାୟ କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ବିଏମ୍‌ସି କମିସନର ଅଛନ୍ତି। ସେ ବି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସ୍ମାର୍ଟ ସିଟି କାର୍ଯ୍ୟାଳୟ ଚାଲିଥିବା ଏହି ବିଏମ୍‌ସି-ଭବାନୀ ମଲ୍‌ରେ ଆଜି ଲୋକଙ୍କଠାରୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ ହୋଇଛି। ବାଇକ୍ ପିଛା ୧୦ଟଙ୍କା, କାର୍‌ ପିଛା ୩୦ଟଙ୍କା ହିସାବରେ। ବିଏମ୍‌ସି ସହଭାଗିତାରେ ହୋଇଥିବା ଏହି ମଲ୍‌ରେ ଆଜି ଲୋକଙ୍କୁ ଧମକାଇ ପାର୍କିଂ ଫି’ ଆଦାୟ ହୋଇଥିଲା। ବିଡିଏ ନିୟମ କରିଛି ବୋଲି କହିବାରୁ ଉତ୍ତର ମିଳିଥିଲା ବିଡିଏ ନିୟମ ଆମେ ମାନିବୁନି। ଆମେ ପାର୍କିଂ ଫି’ ନେଉନୁ। ସ୍ପେସ୍ ମେଣ୍ଟେନାନ୍ସ ଚାର୍ଜ ନେଉଛୁ।

ପଢନ୍ତୁ: ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି


ସମ୍ବନ୍ଧିତ ଖବର

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana

ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ

Ratnamani Maharana