POLITICALS

ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ – ଅନନ୍ତ କୁମାର

ଆଗାମୀ ଡିସେମ୍ବରରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡେରି ହେଉଥିବାରୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମତାନ୍ତର ହୋଇଥିଲା।

ସଂସଦର ଶୀତକାଳୀନ ଅଧିବେଶନ ନେଇ ସରକାର ଏପର୍ଯ୍ୟନ୍ତ ତାରିଖ ଠିକ କରି ନାହାନ୍ତି । ଅନ୍ୟ ବର୍ଷମାନଙ୍କରେ ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ନଭେମ୍ବର ୩ୟ ସପ୍ତାହରେ ବସୁଥିଲା କିନ୍ତୁ ଏ ବର୍ଷ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଳମ୍ବ ହୋଇଛି । ହିମାଚଳ ନିର୍ବାଚନ ଇତିମଧ୍ୟରେ ଶେଷ ହୋଇଥିଲେ ହେଁ ଗୁଜରାଟ ନିର୍ବାଚନ ଆଗାମୀ ଡିସେମ୍ବର ୯ ଓ ୧୪ରେ ହେବ ।

ଦୁଇ ଥର ଅଧିବେଶନ ବଡ଼ଦିନ ପରେ ମଧ୍ୟ ବସି ଥିବା କଥା କୁମାର କହିଥିଲେ। ଥରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏବଂ ଆଉ ଥରେ ଚନ୍ଦ୍ରଶେଖରଙ୍କ ସମୟରେ ଶୀତକାଳୀନ ଅଧିବେଶନ ଡେରି ହୋଇଥିଲା। ସେତେବେଳେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ହେଉଥିଲା।

ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ସଂସଦ ଅଧିବେଶନ ନବସାଇବା ଏକ ପ୍ରଥା ପାଲଟି ଯାଇଛି । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା। ସେ ସବୁ କଥା ବୁଝୁଛନ୍ତି। ସେ ଏକା ଜାଣନ୍ତି ଶୀତକାଳୀନ ଅଧିବେଶନ କେବେ ବସିବ।

ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ - ଅନନ୍ତ କୁମାର

ପଢନ୍ତୁ, ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଏହି ଘଟଣା ବିଷୟରେ

Related posts

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

ENO Beuro

ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ENO Beuro

ପୁନେରୁ ଲଢିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More