Loading...

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ୨୧ଟି ବିଲ୍ ଉପସ୍ଥାପନ କରାଯିବା ନେଇ ସ୍ଥିର କରାଯାଇଛି ।

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ୨୧ଟି ବିଲ୍ ଉପସ୍ଥାପନ କରାଯିବା ନେଇ ସ୍ଥିର କରାଯାଇଛି । ଏହା ୧୭ତମ ଲୋକସଭାର ଶେଷ ଅଧିବେଶନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ବିଜେଡି ପକ୍ଷରୁ ଉଭୟ ସଦନରେ ଓଡ଼ିଶାର ସ୍ବାର୍ଥସମ୍ବଳିତ ପ୍ରସଙ୍ଗ ସହ ଜାତୀୟ ସ୍ତରରେ ଗୁରୁତ୍ବ ବହନ କରୁଥିବା ବିଷୟକୁ ଉପସ୍ଥାପନ କରାଯିବ। ଏଥର ବିଜେଡିର ଏଜେଣ୍ଡାରେ ଯେଉଁ ଦଶଟି ପ୍ରସଙ୍ଗକୁ ସାମିଲ କରାଯାଇଛି ତାହାକୁ ବିଜେଡି ପକ୍ଷରୁ ପୂର୍ବରୁ ଅନେକ ଥର ସଦନରେ ଉପସ୍ଥାପନ କରାଯାଇଛି। ଓଡ଼ିଶାରେ ବିଧାନ ପରିଷଦ ନେଇ ଦୀର୍ଘଦିନ ‌ହେଲା ଦାବି ହୋଇଆସୁଛି। ଏ ସଂକ୍ରାନ୍ତ ବିଲ୍ ଆଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରମୁଖଭାବେ ବିଜେଡି ଦାବି କରିବ। ଏଥର ସରକାରଙ୍କ ଦ୍ବାରା ଯେଉଁସବୁ ବିଲ୍ ଆଗତ କରାଯିବାକୁ ନେଇ ସୂଚୀବଦ୍ଧ କରାଯାଇଛି ସେଥିରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍ ସ୍ଥାନ ପାଇନାହିଁ। ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ପ୍ରସ୍ତାବ ମଧ୍ୟ ଗୂହୀତ ହୋଇସାରିଛି। ହେଲେ ଏହା ଏଯାବତ୍ କେନ୍ଦ୍ରର ମଂଜୁରୀ ଲାଭ କରିପାରି ନାହିଁ। ଏଥର ଏହି ଦାବିକୁ ଜୋରସୋରରେ ଉଭୟ ସଦନରେ ବିଜେଡି ପକ୍ଷରୁ ଉପସ୍ଥାପନ କରାଯିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.