News

ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ମନୋହର ପାରିକର

ଚିକିତ୍ସା ପାଇଁ ଗଲେ ଦିଲ୍ଲୀ ଏମ୍‌ସ୍‌

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାନ୍‌କ୍ରିୟାସ୍‌ (ଅଗ୍ନ୍ୟାଶୟ)ରେ ସମସ୍ୟା ଦେଖାଯାଇଛି। ସେଥିପାଇଁ ସାତ ମାସ ହେଲାଣି ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଏନେଇ ସେ ତିନି ତିନି ଥର ଆମେରିକା ଯାଇ ଚିକିତ୍ସା ହୋଇସାରିଲେଣି। ତା’ପରେ ବି ସେ ସୁସ୍ଥ ହୋଇ ନାହାନ୍ତି।

ଅନ୍ୟ ପକ୍ଷରେ ତାଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ପାରିକର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଜଣାଇଥିବା କୁହାଯାଉଛି। ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେବାକୁ କହିଥିବା କଥା ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ସୂତ୍ରରୁ ଜଣାପଡ଼ିବା ପରେ ବିଭିନ୍ନ କଳ୍ପନାଜଳ୍ପନା ଉପୁଜିଥିଲା।

parrikar

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚିକିତ୍ସା ପାଇଁ ଆଜି ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ସାଢ଼େ ଗୋଟାଏ ବେଳେ ଦିଲ୍ଲୀସ୍ଥିତ ଏମ୍‌ସ୍‌କୁ ଯିବେ। ସେଠାରେ ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି ବିଭାଗ ଅଧୀନସ୍ଥ ସମ୍ପୂର୍ଣ୍ଣ ପ୍ରାଇଭେଟ୍‌ ଓ୍ଵାର୍ଡରେ ଭର୍ତ୍ତି ହେବେ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଆ ମୁଖ୍ୟମନ୍ତ୍ରୀ ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଦୀର୍ଘ ତିନି ମାସ ଧରି ଆମେରିକାରେ ଚିକିତ୍ସିତ ହେଉଥିଲେ।

ପଢନ୍ତୁ;‘ଲଭରାତ୍ରି’ ଚଳଚ୍ଚିତ୍ରକୁ ନେଇ ଅଡୁଆରେ ସଲମାନ ଖାନ୍‌

Related posts

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ

ENO Beuro

କଫି ହିତାଧିକାରୀଙ୍କ ପାଇଁ ପ୍ରାଦ୍ୟୋଗିକୀ ପଦକ୍ଷେପର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More