ପାରିକର ହିଁ ଗୋଆର ମୁଖ୍ୟମନ୍ତ୍ରୀ ରହିବେ

goa

ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା ପରେ ସେ ଏହି ପଦରେ ରହିବେ କି ନାହିଂ,ତାହାକୁ ହେଇ କଲ୍ପନା ଜଳ୍ପନା ପ୍ରକାଶ ପାଉଥିଲା ଆଜି ତାହାର ଅନ୍ତ ଘଟିଛି। ମନୋହର ପାରିକର ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି। ଟ୍ଵିଟ୍‌ କରି ଶାହ କହିଛନ୍ତି, ନେତୃତ୍ୱରେ କୌଣସି ପରିବର୍ତ୍ତନ ହେବନାହିଁ। ପାରିକର ଗୋଆର ମୁଖ୍ୟମନ୍ତ୍ରୀ ପଦରେ ରହିବେ। କିନ୍ତୁ ତାଙ୍କ କ୍ୟାବିନେଟ୍‌ରେ କିଛିଟା ପରିବର୍ତ୍ତନ ଅଣାଯିବ।ଗୋଆର ବିଜେପିର ନେତୃମଣ୍ଡଳୀ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କଥା ସେ ପ୍ରକାଶ କରିଛନ୍ତି।

goa

ଉଲ୍ଲେଖଯୋଗ୍ୟ,ପାରିକର ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଅସୁସ୍ଥତା ପାଇଁ କିଛିଦିନ ହେଲା ଏମ୍ସରେ ପାରିକର ଚିକିତ୍ସିତ ହୋଇଆସୁଥିବା ବେଳେ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବା ଲାଗି ରାଜ୍ୟପାଳଙ୍କୁ ଦୁଇଥର ଚିଠି ଲେଖିସାରିଲାଣି। ଏମିତି କି ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିଥିଲେ। ରାଜ୍ୟରେ ସରକାର ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ।

ପଢନ୍ତୁ; ଓଲାନ୍ଦେ-ରାହୁଲ ଗୋପନ ବୁଝାବଣା:ଜେଟଲି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More