News

ଚିକିତ୍ସା ପାଇଁ ପୁଣି ଆମେରିକା ଯିବେ ପାରିକର

ପୁଣିଥରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ତାଙ୍କୁ ଗୋଆର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ନିଆଯିବ ବୋଲି ବିଧାନସଭା ବାଚସ୍ପତି ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପାରିକର ଗତକାଲି ରାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ବ୍ୟସ୍ତ ହେବାର କାରଣ କିଛି ନାହିଁ। କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସନ୍ଧ୍ୟା ସମୟରେ ଆମେରିକା ନିଆଯିବ।

parikar ପାରିକର ଚିକିତ୍ସା ପାଇଁ ପୁଣି ଆମେରିକା ଯିବେ ପାରିକର parikar

ଉଲ୍ଲେଖଯୋଗ୍ୟ, ଅଗ୍ନାଶୟଜନିତ ସମସ୍ୟାରେ ପୀଡ଼ିତ ମୁଖ୍ୟମନ୍ତ୍ରୀ ଶ୍ରୀ ପାରିକର ଗତ ୩ ମାସ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସିତ ହେବା ପରେ ଜୁନ୍‌ରେ ଫେରିଥିଲେ। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଇବାକୁ ପୁଣି ଥରେ ଚଳିତ ମାସରେ ଆମେରିକା ଯାଇଥିଲେ। ସେଠାରୁ ଫେରିବାର ଦିନକ ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅଗଷ୍ଟ ୨୩ ତାରିଖ ଦିନ ତାଙ୍କୁ ଲୀଳାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ସେ ଗୋଆ ଫେରିବେ ବୋଲି ନିର୍ଦ୍ଧାରଣ କରାଯାଇଥିଲା।

ପଢନ୍ତୁ; ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

Related posts

ପରଟା ଖାଇ ଜୀବନ ସାରା ମାଗଣା ଖାଇବାର ଲାଭ ଉଠାନ୍ତୁ , ଜାଣନ୍ତୁ କିପରି ଓ କେଉଁଠି

ENO Beuro

ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

ENO Beuro

ଆସନ୍ତାକାଲିଠୁ ଖୋଲିବ ଭିତରକନିକା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More