• Home
  • News
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା!
News

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା!

ପାର୍ସଲ ବୋମା ପୀଡ଼ିତା ରିମାଙ୍କ କୋହଭରା ବୟାନ

ଯିଏ ମୋ ଚାରିଦିନର ସଂସାରକୁ ଉଜାଡ଼ିଦେଇଛି ତାକୁ କଠୋର ଶାସ୍ତି ମିଳୁ। ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏହି ଅନୁରୋଧ କରୁଛି। ଏ କଥା କହିଛନ୍ତି ନବବିବାହିତା ରୀମା ସାହୁ, ଯିଏ କି ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ଏବେ କଟକ ବଡ଼ମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ସ୍ବାମୀ ସୌମ୍ୟଶେଖର ସାହୁଙ୍କ ମୃତ୍ୟୁ ଘଟିଥିବା ରୀମା ଜାଣି ନ ଥିଲେ। ନିକଟରେ ଏ ବିଷୟରେ ଜାଣିବା ପରେ ସେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଛନ୍ତି।

ରିମା କହିଛନ୍ତି ଯେ,ତାଙ୍କ ସ୍ୱାମୀଙ୍କର ମଧ୍ୟ କେହି ଶତ୍ରୁ ନଥିଲେ। ସେ ସମସ୍ତଙ୍କୁ ନିଜର ବୋଲି ଭାବୁଥିଲେ। ଘଟଣା ଦିନ ପାର୍ସଲର ଛୋଟ ଛୋଟ ଜିନିଷକୁ ସେ ଧ୍ୟାନର ସହ ଖୋଲିଥିଲେ। ସେହି ପାର୍ସଲ କେଉଁଠୁ ଆସିଥିଲା, କେମିତି ଆସିଥିଲା ତାହାର ତଦନ୍ତ କରାଯାଉ ବୋଲି ସେ ଉକ୍ତ ଭିଡିଓରେ ଦାବି କରିଛନ୍ତି।

ସୌମ୍ୟଙ୍କ ସମ୍ପର୍କରେ ପଚାରିବାରୁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସେ ଅନେକ ଥର ବାଷ୍ପରୁଦ୍ଧ ହୋଇପଡ଼ୁଥିଲେ ବି କଥା ବନ୍ଦ ନ କରି ଜଣାଇଥିଲେ ତାଙ୍କୁ କିଭଳି ସୌମ୍ୟ ବହୁତ ପାଉଥିଲେ। ରୀମା ବି.ଏଡ୍‌ କରନ୍ତୁ ଏହି କଥା ଚାହୁଁଥିଲେ ସୌମ୍ୟ। ଅନାଥାଶ୍ରମ ପ୍ରତି ସୌମ୍ୟଙ୍କ ଅହେତୁକ ଦୁର୍ବଳତା ଥିଲା। ତେଣୁ ତାଙ୍କୁ ସମ୍ମାନ ଜଣାଇ ସେ ବି.ଏଡ୍‌ କରିବେ ଓ ଗ୍ରାମରେ ସୌମ୍ୟଙ୍କ ନାମରେ ଏକ ଅନାଥାଶ୍ରମ ଖୋଲିବେ ବୋଲି ରୀମା କହିଛନ୍ତି। ତାଙ୍କ ସହିତ ସୌମ୍ୟଙ୍କ ବାହାଘର ଗତ ଫେବୃୟାରୀ ୧୮ରେ ହୋଇଥିଲା। କିନ୍ତୁ ବିବାହ ସ୍ଥିର ହୋଇଥିଲା ୨୦୧୭ ମାର୍ଚ୍ଚ ୨୪ରେ। ତେଣୁ ଉଭୟ ପରସ୍ପରକୁ ଦୀର୍ଘ ୧୧ ମାସ ଧରି ଭଲ ଭାବେ ଚିହ୍ନିଥିଲେ। ସୌମ୍ୟ ବାଙ୍ଗାଲୋରରେ ଚାକିରି କରୁଥିଲେ।

ରୀମାଙ୍କ କହିବା ଅନୁସାରେ, ଘଟଣା ଘଟିବାର କିଛି ସମୟ ପୂର୍ବରୁ ସେ ଓ ସୌମ୍ୟ ରୋଷେଇ ଘରେ ଥିଲେ। ତାଙ୍କ ମୁଣ୍ଡରେ ତେଲ ମାରି କୁଣ୍ଡାଇଦେବା ପାଇଁ ସୌମ୍ୟ ତାଙ୍କୁ ରୋଷେଇ ଘର ଭିତରୁ ବାରଣ୍ଡାକୁ ଡାକିଥିଲେ। ହେଲେ ଘରର ଗେଟ୍‌ ଖୋଲା ଥିବାରୁ ସେ ଗେଟ୍‌ ବନ୍ଦ କରିବାକୁ ଯାଇ ଫେରିବା ବେଳକୁ ସୌମ୍ୟଙ୍କ ହାତରେ ଥିଲା ଏକ ଉପହାର ପ୍ୟାକେଟ୍‌। ମାଟିଆ ସେଲୋ ଟେପ୍‌ରେ ଉକ୍ତ ପ୍ୟାକେଟ୍‌ଟି ଗୁଡ଼ା ହୋଇଥିଲା। ରାୟପୁରରୁ ଏହି ଗିଫ୍ଟ ପ୍ୟାକେଟ୍‌ଟି ଆସିଛି, ତୁମର କିଏ ସେଠାରେ ଅଛନ୍ତି କି ବୋଲି ସୌମ୍ୟ ପଚାରିବାରୁ ସେ ମନା କରିଥିଲେ। ଏହାପରେ ପ୍ୟାକେଟ ଉପରେ ଲାଗିଥିବା ସେଲୋ ଟେପ୍‌କୁ ସୌମ୍ୟ ଛୁରିରେ କାଟିବାବେଳେ ଘଟିଥିଲା ଏଭଳି ଘଟଣା। ତେବେ ଏଭଳି ଘଟଣା ପଛରେ କାହାକୁ ସନ୍ଦେହ କରୁଛ ବୋଲି ପଚାରିବାରୁ ସେ କୋରିୟର ସର୍ଭିସକୁ ଦାୟୀ କରିଥିଲେ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା! reema n

ପଢନ୍ତୁ; କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

Related posts

ଏହି ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

Krishna Kumar Manoj

କ୍ୟାନସର ଓ ହୃଦରୋଗ ପୀଡିତ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ୫୧ ପ୍ରକାର ଔଷଧର ଦର କମିଛି

Krishna Kumar Manoj

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More