ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ପୁଞ୍ଜିଲାଲ ଗିରଫ,ପୁଞ୍ଜିଲାଲଙ୍କ ଘରୁ ଜବତ ହେଲା ବୋମା ପାଇଁ ଆସିଥିବା ବାଣ ବାରୁଦ

ରଚିଥିଲେ ଷଡଯନ୍ତ୍ର, ନିଜେ ଭିଡିଥିଲେ ବୋମା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି। ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା। ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ରାମପୁରରୁ ସୋମବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି।

ପାଟଣାଗଡର ସୌମ୍ୟଶେଖର ସାହୁଙ୍କ ପୂରା ପରିବାରକୁ ସଫା କରିବାକୁ ଭଇଁଷା ମହାବିଦ୍ୟାଳୟରେ ହିଁ ହତ୍ୟାକାଣ୍ଡର ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ହୋଇଛି। ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ଙ୍କ ପୁଞ୍ଜୀଭୂତ କ୍ରୋଧ ବୋମା ବିସ୍ଫୋରଣ ପଛରେ ମୂଳ କାରଣ ବୋଲି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ସନ୍ଦେହ କରୁଛି। ଆଜି ତାଙ୍କ ମେହେରପଡ଼ାସ୍ଥିତ ଘରେ ଦ୍ୱିତୀୟ ଥର ଚଢ଼ଉ ବେଳେ କ୍ରାଇମ୍‌ବ୍ରାଞ୍ଚ ବିସ୍ଫୋରକ ସାମଗ୍ରୀ, ବୋମା ଜବତ କରିଛି। ଜଣେ ଇଂରାଜୀ ଅଧ୍ୟାପକଙ୍କ ଘରେ ବୋମା ମହଜୁଦ୍‌ ହେବା ଦେଖି ତାଜୁବ ହୋଇଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ବୋମା ସମେତ ତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। କେଉଁ ଉଦ୍ଦେଶ୍ୟରେ କଲେଜ୍‌ର ଜଣେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ନିଜ ଘରେ ବୋମା ମହଜୁଦ କରି ରଖିଥିଲେ, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ପଚରାଉଚରା ଚଳାଇଛି।

ଉଲ୍ଲେଖଯୋଗ୍ୟ, ଗତ ଫେବୃୟାରୀ ୧୮ ତାରିଖରେ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହ ଅନୁଷ୍ଠିତ ହେବାର ୫ ଦିନ ପରେ ରାୟପୁରରୁ ଏକ କୋରିୟର ଆସିଥିଲା । ଯାହାକୁ ଖୋଲିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସୌମ୍ୟ ଓ ତାଙ୍କ ଜେଜେ ମା’ ଜେମାମଣୀ ପ୍ରାଣ ହରାଇଥିଲେ । ସୌମ୍ୟଙ୍କ ନବବିବାହିତା ପତ୍ନୀ ରୀମା ଗୁରୁତରଭାବେ ଆହତ ହୋଇଥିଲେ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ କୁକୁର ଦେଇଥାଏ କେଉଁ ସବୁ ଅଶୁଭ ସଙ୍କେତ ଜାଣନ୍ତୁ ?

ବୋମା ସମେତ ତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। - 8.8

88%

ଅଧ୍ୟାପକ ପୁଞ୍ଜିଲାଲ୍‌ ନିଜ ଘରେ ବୋମା ମହଜୁଦ କରି ରଖିଥିଲେ, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ପଚରାଉଚରା ଚଳାଇଛି। - 8.7

87%
8.8/10

Very Good!

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ପୁଞ୍ଜିଲାଲ ଗିରଫ,ପୁଞ୍ଜିଲାଲଙ୍କ ଘରୁ ଜବତ ହେଲା ବୋମା ପାଇଁ ଆସିଥିବା ବାଣ ବାରୁଦ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି। ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା।

No Votes Yet

You're not rated yet