News

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ପଛରେ ଅଧ୍ୟାପକ!

ଅଧ୍ୟାପକଙ୍କ ସମେତ ୫ ଅଟକ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି। ଖୁବ୍ ଶିଘ୍ର ଅପରାଧୀମାନଙ୍କୁ ଠାବ କରାଯାଇପାରିବ ବୋଲି କ୍ରାଇମବ୍ରାଂଚ ଆଶା ପ୍ରକଟ କରିଥିବାବେଳେ ରବିବାର ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଉଠାଇ ନେଇଛି ପୋଲିସ। ପାର୍ସଲ ବୋମା ବିସ୍ପୋରଣରେ ମୃତ ସୌମ୍ୟ ଶେଖରଙ୍କ ମା ଭଇଁସା କଲେଜର ଅଧ୍ୟକ୍ଷା ଥିବା ଜଣାଯାଇଛି। ପୁଞ୍ଜିଲାଲ ମେହରଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ କ୍ରାଇମବ୍ରାଂଚ ପୋଲିସ ଉଠାଇ ନେଇ ପଚରାଉଚରା କରୁଛି। ଖୁବ୍ ଶୀଘ୍ର ରହସ୍ୟ ଖୋଲିବ ବୋଲି କୁହାଯାଉଛି।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଉକ୍ତ କଲେଜର ଅଧ୍ୟକ୍ଷା ଅଛନ୍ତି। ସଂଯୁକ୍ତା ଅଧ୍ୟକ୍ଷା ହେବା ପରେ ଅଧ୍ୟାପକ ଶ୍ରୀ ମେହେର ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ। ଏହି ସମୟରେ କଲେଜର କାନ୍ଥବାଡ଼ରେ କେହି ସଂଯୁକ୍ତାଙ୍କ ନାଁରେ ଅଶ୍ଳୀଳ ଭାଷାରେ ମଧ୍ୟ ଲେଖାଲେଖି କରିଥିଲା। କଲେଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ମଧ୍ୟ ଅଧ୍ୟାପକ ଶ୍ରୀ ମେହେର ବିରୋଧ କରୁଥିଲେ। କଲେଜ ଅଧ୍ୟକ୍ଷ ପଦବିକୁ ନେଇ ଏଭଳି ଶତ୍ରୁତା ଲାଗି ରହିଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ତେଣୁ ଏହାକୁ ନେଇ କେହି ସଂଯୁକ୍ତାଙ୍କ ପରିବାରକୁ ଟାର୍ଗେଟ୍‌ କରି ଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହକୁ କ୍ରାଇମ୍‌ବ୍ରାଞ୍ଚ ଏଡ଼ାଇ ଦେଇ ପାରୁନାହିଁ।

ଉଲ୍ଲେଖଯୋଗ୍ୟ,ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ ପ୍ରାଣ ହରାଇଥିଲେ। ରୀମା ଗୁରୁତର ହୋଇ ଏସସିବିରେ ଭର୍ତି ହୋଇଥିଲେ। ଇତିମଧ୍ୟରେ ରିମାଙ୍କ ଏସସିବିରୁ ଡିସଚାର୍ଜ କରିଦିଆଇଛି। ଘଟଣାକୁ ପାଖାପାଖି ଦୁଇମାସ ବିତିଯାଇଥିଲେ ବି ଘଟଣା ଉପରୁ ପରଦା ହଟି ପାରିନାହିଁ।

ପଢନ୍ତୁ; ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

Related posts

ନିଜ ଢଙ୍ଗରେ ଭୋଟରଙ୍କୁ ସଚେତନ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Ratnamani Moharana

ତେଜପ୍ରତାପ ଯାଦବ ନିଖୋଜ !

ENO Beuro

ପାରାଦୀପ ହେବ ବିକାଶର ଇଞ୍ଜିନ, ୧୧ ହଜାରେ କୋଟିର ପ୍ରକଳ୍ପ ଉଦଘାଟିତ

ENO Beuro

Leave a Comment