ମୃତ୍ୟୁର ଉପହାର ଘଟଣା : ପ୍ରେମ ନୁହେଁ , ପୂର୍ବଶତ୍ରୁତା !

ମୃତ୍ୟୁର ଉପହାର ପଛରେ ଦୁଇ ଅଜ୍ଞାତ ଯୁବକ

ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣା ଦିନକୁ ଦିନ ଜଟିଳ ହେବାର ଲାଗିଛି। ପ୍ରେମଜନିତ ପ୍ରତିଶୋଧକୁ ପୋଲିସ ଅସ୍ଵୀକାର କରିଛି । ଏହା କୌଣସି ପ୍ରେମ ଘଟଣା ନୁହେଁ ,ବରଂ ପୂର୍ବଶତ୍ରୁତା ଥାଇପାରେ ବୋଲି ପୁଲିସ କହିଛି। ଏ ଦିଗରେ ବର୍ତ୍ତମାନ ପୁଲିସ ଖୋଲତାଡ ଆରମ୍ବ କରିଛି। ପୁଲିସର ଗୋଟେ ଟିମ ବାଙ୍ଗାଲୋର ଯାଇ ମୃତ ସୌମ୍ୟଶେଖରଙ୍କ ସାଙ୍ଗସାଥି ଓ ସେ କାମ କରୁଥିବା ସଂସ୍ଥାରେ ପଚରାଉଚରା ଚଲାଇଛନ୍ତି।

ବିସ୍ଫୋରଣର କିଛିଦିନ ପୂର୍ବରୁ ସହରରେ ରେକି କରୁଥିଲେ ଦୁଇଜଣ ସନ୍ଦିଗ୍ଧ ଯୁବକ । ତେଣୁ ଆଶଙ୍କା କରାଯାଉଛି ରିମୋର୍ଟ ଜରିଆରେ ଏହି ବିସ୍ଫୋରଣ କରିଥାଇପାରନ୍ତି ସଂପୃକ୍ତ ଯୁବକ। ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୃତ ସୌମ୍ୟଶେଖରଙ୍କ ଅଜ୍ଞାତ ପ୍ରେମିକା । ଯିଏ ବିବାହର କିଛିଦିନ ପୂର୍ବରୁ ବାପାଙ୍କ ସହ ଆସି ଦେଇଥିଲେ ଧମକ ଚମକ । ତେଣୁ ବିସ୍ଫୋରଣ ପଛରେ ଏମାନଙ୍କ କି ପ୍ରକାର ହାତ ରହିଛି ସେନେଇ ସନ୍ଦେହ ଘନୀଭୂତ ହୋଇଛି । ଆଉ ଘଟଣାର ୪ଦିନ ପରେ ବି କେବଳ ତଦନ୍ତରେ ସୀମିତ ରହିଛି ବଲାଙ୍ଗିର ପୋଲିସର ପଦକ୍ଷେପ।

ସୂଚନା ଅନୁସାରେ ରାୟପୁରରେ ଇଂଟର୍ଣ୍ଣସିପ କରୁଥିଲେ ମୃତ ସୌମ୍ୟଶେଖର । ହେଉଥିବା ଚର୍ଚ୍ଚା ଅନୁସାରେ ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ସଂପର୍କ ଥିଲା ଓ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ସୌମ୍ୟଶେଖରଙ୍କ ବିବାହ ରିମାଙ୍କ ସହ ସ୍ଥିର ହୋଇଥିବା ଜାଣି କିଛିଦିନ ତଳେ ସଂପୃକ୍ତ ଯୁବତୀ ତାଙ୍କ ବାପାଙ୍କ ସହ ସୌମ୍ୟ ଶେଖରଙ୍କ ଘରକୁ ଆସି ଧମକ ଚମକ ଦେଇଥିଲେ । ଏପରିକି ତାଙ୍କ ଝିଅକୁ ପ୍ରତାରିତ କରି ଅନ୍ୟତ୍ର ବାହାହେଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ଯୁବତୀଙ୍କ ବାପା । ତେଣୁ ଏହି ପୁରା ଘଟଣା ପଛରେ ସେହି ଅଜ୍ଞାତ ପ୍ରେମିକାଙ୍କ ଭୂମିକାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ।

ପଢନ୍ତୁ;

ପ୍ରତିଦିନ ଲସି ପିଇଲେ ଆମ ଶରୀରରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ

ବିସ୍ଫୋରଣର କିଛିଦିନ ପୂର୍ବରୁ ସହରରେ ରେକି କରୁଥିଲେ ଦୁଇଜଣ ସନ୍ଦିଗ୍ଧ ଯୁବକ । - 88%

88%

ସୂଚନା ଅନୁସାରେ ରାୟପୁରରେ ଇଂଟର୍ଣ୍ଣସିପ କରୁଥିଲେ ମୃତ ସୌମ୍ୟଶେଖର । - 87%

87%
87.5%

Very Good!

ମୃତ୍ୟୁର ଉପହାର ଘଟଣା : ପ୍ରେମ ନୁହେଁ , ପୂର୍ବଶତ୍ରୁତା !

ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣା ଦିନକୁ ଦିନ ଜଟିଳ ହେବାର ଲାଗିଛି। ପ୍ରେମଜନିତ ପ୍ରତିଶୋଧକୁ ପୋଲିସ ଅସ୍ଵୀକାର କରିଛି । ଏହା କୌଣସି ପ୍ରେମ ଘଟଣା ନୁହେଁ ,ବରଂ ପୂର୍ବଶତ୍ରୁତା ଥାଇପାରେ ବୋଲି ପୁଲିସ କହିଛି। ଏ ଦିଗରେ ବର୍ତ୍ତମାନ ପୁଲିସ ଖୋଲତାଡ ଆରମ୍ବ କରିଛି। ପୁଲିସର ଗୋଟେ ଟିମ ବାଙ୍ଗାଲୋର ଯାଇ ମୃତ ସୌମ୍ୟଶେଖରଙ୍କ ସାଙ୍ଗସାଥି ଓ ସେ କାମ କରୁଥିବା ସଂସ୍ଥାରେ ପଚରାଉଚରା ଚଲାଇଛନ୍ତି।

No Votes Yet

You're not rated yet