News

ଆସନ୍ତାକାଲି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ,ଜାଣନ୍ତୁ ଏହା ସମ୍ପର୍କିତ କିଛି ଖାସ୍ କଥା

ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୧ ଶନିବାର ଦିନ ଅମାବାସ୍ୟା ଏବଂ ସୂର୍ଯ୍ୟପରାଗ ଏକା ସାଙ୍ଗରେ ପଡ଼ୁଛି । ଅମାବାସ୍ୟା ଦିନ ସୂର୍ଯ୍ୟପରାଗ ମହାସଂଯୋଗ ସୃଷ୍ଟି କରିଛି । ଶନିବାର ଅମାବାସ୍ୟା ପଡ଼ୁଥିବାରୁ ଏହା ଶନୈଶ୍ଚରୀ ଅମାବାସ୍ୟା କୁହାଯାଏ । ଏହି ଦିନ ଶନିଦୋଷ ଏବଂ ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

ଏହି ସୂର୍ଯ୍ୟପରାଗ ବର୍ଷର ତୃତୀୟ ତଥା ଶେଷ ସୂର୍ଯ୍ୟପରାଗ। ଏହା ଆଂଶିକ ହେବ। ଏବଂ ଭାରତରେ ଦୃଶ୍ୟମାନ ହେବ ନାହିଁ। ଅପରାହ୍ନ ୧.୩୨ ମିନିଟରେ ଏହା ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟାରେ ଶେଷ ହେବ । ଶନିବାର ଦିନ ଅଶ୍ୱସ୍ତ ବୃକ୍ଷ ତଳେ ସୋରିଷ ତେଲର ଦୀପ ଜଳାଇବା ସହ ପିମ୍ପୁଡ଼ିମାନଙ୍କୁ ଗୁଡ଼ ଦାନ କରନ୍ତୁ। ହନୁମାନଙ୍କ ପୂଜା ଓ ସମୀ ବୃକ୍ଷ ପୂଜା କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି।

ଜାଣନ୍ତୁ ଏହି ସୂର୍ଯ୍ୟପରାଗ ସମ୍ପର୍କିତ କିଛି ଖାସ୍ କଥା-

  • ନର୍ଥ ଆମେରିକା, ନର୍ଥ ପଶ୍ଚିମ ଏସିଆ, ସାଉଥ କୋରିଆ, ମସ୍କୋ, ଚୀନ ଭଳି କିଛି ଦେଶରେ ଏହା ଦେଖାଯିବ । ଲଣ୍ଡନରେ ସୂର୍ଯ୍ୟପରାଗ ସକାଳ ୯ଟା ୨ ମିନିଟରେ ଆରମ୍ଭ ହେବ ।
  • ଭାରତରେ ଏହି ସୂର୍ଯ୍ୟପରାଗ ଅପରାହ୍ନ ୧.୩୨ ମିନିଟରେ ଏହା ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟାରେ ଶେଷ ହେବ ।
  • ସୂର୍ଯ୍ୟପରାଗ ଭାରତରେ ଦେଖାଯିବନି । ଏଥିପାଇଁ ଏହାର ସୂତକ କାଳର ପ୍ରଭାବ ନପଡିବା ସହିତ ସମାନ ।
  • ନାସା ଅନୁସାରେ ୨୦୧୯ରେ ୩ଟି ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ୨୦୧୯ରେ ପ୍ରଥମ ସୂର୍ଯ୍ୟପରାଗ ୬ ଜାନୁଆରୀ , ଦ୍ୱିତୀୟଟି ୨ ଜୁଲାଇ ଏବଂ ତୃତୀୟ ୨୬ ଅଗଷ୍ଟରେ ପଡିବ।

Solareclipse

ପଢନ୍ତୁ;ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ:ଶ୍ରୀଲଙ୍କାକୁ ହରାଇଲା ଭାରତ

Related posts

ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍

ENO Beuro

ଏବେ ସହିଦଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

ENO Beuro

ଚତୁର୍ଥ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More