POLITICALS

ପାଟକୁରା ନିର୍ବାଚନ ରଣନୀତି ପ୍ରସ୍ତୁତିରେ ୩ ପ୍ରମୁଖ ଦଳ

P

ପାଟକୁରା ନିର୍ବାଚନ  ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ନିର୍ବାଚନ ତାରିଖ। ସେଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ  ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବାପରେ ପାଟକୁରା ନିର୍ବାଚନ ବିଜେପି ଓ ବିଜେଡି ପାଇଁ ପ୍ରେଷ୍ଟିଜ୍ ବ୍ୟାଟଲ୍ ହେବାକୁ ଯାଉଛି । କାରଣ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ୍ ଲିଡର୍ ବିଜୟ ମହପାତ୍ର । ତାଙ୍କୁ ଟକ୍କର ଦେବା ପାଇଁ ମୈଦାନରେ ଅଛନ୍ତି ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍ ଓ କଂଗ୍ରେର ଜୟନ୍ତ ମହାନ୍ତି ।

ପ୍ରଥମେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ଓ ପରେ ବାତ୍ୟା ଫୋନି ପାଇଁ ନିର୍ବାଚନ ଘୁଞ୍ଚିଥିଲା। କିଛିଦିନ ତଳେ ପାଟକୁରାରେ ନିର୍ବାଚନ କରିବାକୁ ଜିଲ୍ଲା ନିର୍ବାଚନ ଅଧୀକାରୀ, ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ତେଣୁ ଯେକୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏଠାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ, ବିଜେପିର ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ହେବ ମୁକାବିଲା। ପାଟକୁରା ସିଟ୍ ହାତେଇବାକୁ ବିଜେଡି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ନବୀନ ନିବାସରେ ବୈଠକ କରି ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ ଲୋକସଭା ନିର୍ବାଚନରେ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିଠାରୁ ବିଜେଡି ୬ହଜାର ଅଧିକ ଭୋଟ ପାଇଥିଲା। ତେଣୁ ପାଟକୁରା ନିର୍ବାଚନରେ ‘କାଣ୍ଟେ କା ଟକ୍କର’ ହେବ ବୋଲି କୁହାଯାଉଛି।

ପଢନ୍ତୁ:  ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

Related posts

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି

ENO Beuro

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ରାଜନୀତି,ସିବିଆଇ ତଦନ୍ତ ପାଇଁ ଦାବି କାଲେ ଧର୍ମେନ୍ଦ୍ର

ENO Beuro

Leave a Comment