• Home
  • News
  • “ପାସପୋର୍ଟ” ଏବେ ପରିଚୟ ପ୍ରମାଣପତ୍ରର କାମ କରିବ ନାହିଁ ! ଜାଣନ୍ତୁ କାରଣ
News

“ପାସପୋର୍ଟ” ଏବେ ପରିଚୟ ପ୍ରମାଣପତ୍ରର କାମ କରିବ ନାହିଁ ! ଜାଣନ୍ତୁ କାରଣ

ଭାରତ ସରକାର ପାସପୋର୍ଟ ଗୁଡ଼ିକରେ କେତେକ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆମେ ଏବେ ଦେଖୁଥିବା ପାସପୋର୍ଟ ଗୁଡିକର ରୂପ ରଙ୍ଗ ବଦଳିଯିବ । ପୁଣି ପାସପୋର୍ଟ ଗୁଡ଼ିକୁ ଆଗକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ ନାହିଁ । କାରଣ ନୂଆ ଧରଣର ପାସପୋର୍ଟରେ ନାଗରିକଙ୍କ ଠିକଣା ଲେଖା ରହିବ ନାହିଁ ।

ପାସପୋର୍ଟ ଶେଷ ପୃଷ୍ଠାରେ ବାପା କିମ୍ବା ଆଇନଗତ ଅଭିଭାବକଙ୍କ ନାମ, ପାସପୋର୍ଟଧାରୀଙ୍କ ନାମ, ସ୍ତ୍ରୀ କିମ୍ବା ସ୍ୱାମୀର ନାମ ଓ ସେମାନଙ୍କ ଠିକଣା ଉଲ୍ଲେଖ ରହିଥାଏ। କିନ୍ତୁ ନୂଆ ଧରଣର ପାସପୋର୍ଟରେ ଶେଷପୃଷ୍ଠାରେ ଲୋକମାନଙ୍କର ଠିକଣା ଲେଖା ରହିବ ନାହିଁ ଓ ଏହା ସମ୍ଭବତଃ ଖାଲି ରହିବ । କାରଣ ପାସପୋର୍ଟରେ ବ୍ୟକ୍ତିର ଠିକଣା ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାର ଆଜିକାଲି କୌଣସି ଆବଶ୍ୟକତା ନାହିଁ । ପାସପୋର୍ଟରେ ଏବେ ବାରକୋର୍ଡ ରହୁଥିବାରୁ ବିଦେଶ ବିଭାଗ, ସୁରକ୍ଷା ଏଜେନ୍ସି ମାନେ ଏହି ବାରକୋର୍ଡ ରିଡ୍ କରି ଆବଶ୍ୟକ ତଥ୍ୟ ପାଇପାରୁଛନ୍ତି ।

ଆଉ ପାସପୋର୍ଟଗୁଡିକର ରଙ୍ଗରେ ପରିବର୍ତ୍ତନ ହେବ ,ତା ସହିତ , ଏବେ ପ୍ରଚଳତ ପାସପୋର୍ଟଗୁଡ଼ିକ ୩ଟି ରଙ୍ଗରେ ଉପଲବ୍ଧ ହେବ  । ବିଦେଶକୁ ସରକାରୀ କାମରେ ଯାଉଥିବା ସରକାରୀ ଅଧିକାରୀମାନଙ୍କ ପାସପୋର୍ଟ ରଂଗ ଧଳା, କୂଟନିତିଜ୍ଞମାନଙ୍କ ପାସପୋର୍ଟ ରଂଗ ଲାଲ୍ ଓ ଅନ୍ୟମାନଙ୍କୁ ନୀଳ ରଂଗର ପାସପୋର୍ଟ ଇସ୍ୟୁ କରାଯାଉଛି । ନୂଆ ପ୍ରସ୍ତାବ ଅନୁସାରେ ଇମିଗ୍ରେସନ ଯାଞ୍ଚ ଆବଶ୍ୟକ କରୁଥିବା ପାସପୋର୍ଟର ରଂଗ କମଳା ରଂଗ କରାଯିବାକୁ ଚିନ୍ତା କରାଯାଉଛି ।

“ପାସପୋର୍ଟ” ଏବେ ପରିଚୟ ପ୍ରମାଣପତ୍ରର କାମ କରିବ ନାହିଁ ! ଜାଣନ୍ତୁ କାରଣ India passport

ପଢନ୍ତୁ; ବାହୁବଲୀ ଷ୍ଟାଇଲ୍‌ରେ ଦେଖିବାକୁ ପାଇବେ ଆଉ ଏକ ସିନେମା

Related posts

୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

Krishna Kumar Manoj

ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

Krishna Kumar Manoj

ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More