• Home
  • News
  • କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ
News

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

ଋଣ ପାଇଁ ନୂଆ ନିୟମ

ଏଣିକି ଋଣ ନେବାକୁ ହେଲେ ଦେବାକୁ ପଡିବ ପାସପୋର୍ଟ ତଥ୍ୟ । ଦେଶରେ ଗୋଟିଏ ପରେ ଗୋଟିଏ ଘୋଟାଲା ସାମ୍ନାକୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ୫୦ କୋଟିରୁ ଉଦ୍ଧ୍ୱର୍ ଋଣ ନେଉଥିବା ବ୍ୟକ୍ତିଙ୍କୁ ଏଣିକି ନିଜ ପାସପୋର୍ଟର ବିଶଦ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ଜମା କରିବାକୁ ପଡିବ ।

ପାସପୋର୍ଟ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ରହିବା ଫଳରେ, ଯେଉଁମାନେ ଠକିବାର ମନୋବୃତ୍ତି ରଖୁଛନ୍ତି ସେମାନଙ୍କ ବାବଦରେ ବିଭିନ୍ନ ସଂସ୍ଥା ଅବଗତ ରହିପାରିବେ । ଦେଶ ଛାଡି ଯିବା ଆଗରୁ ସେମାନଙ୍କୁ ରୋକାଯାଇ ପାରିବ । ଆର୍ଥିକ ସେବା ସଚିବ ରାଜୀବ କୁମାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଥିଲା, ୫୦ କୋଟିରୁ ଅଧିକ ଟଙ୍କାର ଥିବା ଏନପିଏ ଆକାଉଂଟ ବାବଦରେ ଯାଂଚ କରି ଠକିଥିବା ବ୍ୟକ୍ତିମାନଙ୍କ ବାବଦରେ ସିବିଆକୁ ଅବଗତ କରାଯାଉ । ସେହିଭଳି ୨୫୦ କୋଟିରୁ ଅଧିକ ଟଙ୍କ ଋଣ ନେଇଥିବା ସଂସ୍ଥା ଗୁଡିକର କାର୍ଯ୍ୟକଳାପ ଉପରେ ନଜର ରଖାଯାଉ ।

ନୀରବ ମୋଦି, ମେହୁଲ ଚୋକସି, ବିଜଲ୍ୟ ମାଲ୍ୟାଙ୍କ ଭଳି ବ୍ୟକ୍ତି ଋଣ ନେଇ ପରିଶୋଧ କରିବା ବଦଳରେ ଦେଶ ଛାଡି ଚାଲିଯିବାରେ ସମର୍ଥ ହୋଇଥିଲେ । ଯାହାକୁ ନେଇ କେନ୍ଦ୍ର ସରକାର ବଦନାମୀର ଶିକାର ହୋଇଥିଲେ । ନୀରବ ମୋଦି ଓ ମେହୁଲ ଚୋକସୀ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଠକେଇ କରି ୧୨ ହଜାର ୭୦୦ କୋଟିର ଋଣ ନେଇ ଦେଶ ଛାଡି ଚାଲି ଯାଇଥିଲେ ।

ସେମାନଙ୍କୁ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି । ଋଣ ଆବେଦନ କରିବାର ୪୫ ଦିନ ଭିତରେ ପାସପୋର୍ଟ ବାବଦ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ହାସଲ କରିବାକୁ ପଡିବ।

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ pass port

ପଢନ୍ତୁ ;

ଝିଅମାନେ କ’ଣ ପାଇଁ ଗୋଡରେ କଳା ସୂତା ପିନ୍ଧନ୍ତି ଜାଣନ୍ତୁ

Related posts

ପୁଣିଥରେ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବେ ଜେଟଲୀ

Krishna Kumar Manoj

ସବୁଠାରୁ ଦ୍ରୁତଗାମୀ ଗ୍ରହ ଯେଉଁଠି ସାତ ଘଣ୍ଟାରେ ଶେଷ ହେବ ଗୋଟିଏ ବର୍ଷ ବା ୩୬୫ ଦିନ

Krishna Kumar Manoj

୩ରୁ ଭୁବନେଶ୍ୱରରୁ ଅହମ୍ମଦାବାଦ ସିଧାସଳଖ ବିମାନସେବା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More