News

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

ଖୁବ ଶୀଘ୍ର ରାଜ୍ୟରେ ଖୋଲିବ ୨୦ଟି ପାସପୋର୍ଟ ସେବାକେନ୍ଦ୍ର । ଏଣୁ ପାସ୍ପୋର୍ଟ ପାଇଁ ଆଉ ବାରମ୍ବାର ଭୁବନେଶ୍ୱର ଦୌଡିବାକୁ ପଡିବନି । ଆସନ୍ତା ସପ୍ତାହରେ ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣାରେ ସେବାକେନ୍ଦ୍ର ଖୋଲିବାକୁ ଥିବାବେଳେ ୨୦୧୮, ଜୁନ୍ ସୁଦ୍ଧା ବାକି ୧୭ଟି ସେବାକେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପାସପୋର୍ଟ ସଚିବ ଧନେଶ୍ୱର ଏମ୍. ମୁଲେ ।

କେନ୍ଦ୍ର ପାସପୋର୍ଟ ସଚିବ ଧନେଶ୍ୱର ଏମ୍. ମୁଲେଙ୍କ ସୂଚନା ଅନୁସାରେ ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ପାଇଁ ପ୍ରସ୍ତାବ ଦିଆଯାଇଛି ଯାହାକି ବର୍ତ୍ତମାନ ବିଚାରାଧୀନ ଅଛି ।

ଅନ୍ୟପକ୍ଷରେ ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଧନେଶ୍ୱରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ବିନୟ ଶ୍ରୀକାନ୍ତ ପ୍ରଧାନ ମଧ୍ୟ କ୍ୱାଲାଲମ୍ପୁରରେ ଅବସ୍ଥାପିତ ଡେପୁଟି ହାଇକମିସନର ନିଖିଲେଶ ଚନ୍ଦ୍ର ଗିରିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପଢନ୍ତୁ, ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ, ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

Related posts

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

Ratnamani Moharana

ଲାଗି ରହିବ କାଳବୈଶାଖୀ! ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ

ENO Beuro

ସିବିଆଇ ଅନ୍ତିରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଲେ ନାଗେଶ୍ୱର ରାଓ

ENO Beuro

1 comment

Leave a Comment