POLITICALS

ଘୋଷଣା ହେଲା ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ

Untitled 1

ପାଟକୁରା ନିର୍ବାଚନ  ପାଇଁ ଘୋଷଣା ହେଲା ତାରିଖ । ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ଆସନ୍ତା ୨୦ ତାରିଖରେ ହେବ ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନ । ପୂର୍ବରୁ ଦୁଇ ଦୁଇ ଥର ନିର୍ବାଚନ ତାରିଖ ବାତିଲ ହୋଇସାରିଛି।  ତେବେ ଜୁଲାଇ ୨୦ରେ ନିର୍ବାଚନ  ହେବାକୁ ଥିବା ବେଳେ ୨୪ରେ ହେବ ଭୋଟ ଗଣତି । ଜୁଲାଇ ୨୬ ସୁଦ୍ଧା ନିର୍ବାନର ସବୁ ପ୍ରକ୍ରିୟା ଶେଷ ହେବ ।

 

 

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳେ ବିଜେଡି ପାଟକୁରା ଆସନରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ହେଲେ ନିର୍ବାଚନର ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା। ଫଳରେ ନିର୍ବାଚନ କମିଶନ ପାଟକୁରା ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏହା ପରେ ମେ’୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଥିଲା। ତେବେ ବାତ୍ୟା ଫୋନି ଯୋଗୁଁ ଦ୍ୱିତୀୟ ଥର ନିର୍ବାଚନ ଘୁଞ୍ଚା ଯାଇଥିଲା।

ପଢନ୍ତୁ: ବଡଦାଣ୍ଡରେ ଗଡିଲା ରଥ

Related posts

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ENO Beuro

ଜୟ ଶ୍ରୀରାମ ନାରା ଶୁଣି ଦେହରୁ ଚମଡା ଉତ୍ତାରି ଦେବାର ଧମକ ଦେଲେ ମମତା

Ratnamani Moharana

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ENO Beuro

Leave a Comment