POLITICALS

ସ୍ଥଗିତ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ

ପାଟକୁରା ବିଧାନସଭା  ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ  ଯୋଗୁଁ ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ମେ ୧ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମେ’ ୨ରେ ପ୍ରାର୍ଥିପତ୍ର ଯାଞ୍ଚ  କରାଯିବ। ମେ’ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ କମିଶନ।

ସୂଚନାଯୋଗ୍ୟକି, ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ  ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ବିଧାନସଭା ପାଇଁ ମତଦାନକୁ ସ୍ଥଗିତ ରଖାଯାଇଥିଲା।
ପଢନ୍ତୁ: ମୋଦିଙ୍କ ଦୃଢୋକ୍ତି: ନବୀନ ବାବୁ! ଏଥର ଆପଣ ଯାଉଛନ୍ତି

Related posts

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Ratnamani Moharana

ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

Ratnamani Moharana

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ENO Beuro

1 comment

Leave a Comment